ନୂଆଦିଲ୍ଲୀ, ୬/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାକୁ ଭାରତ ୫ ଓ୍ୱିକେଟରେ ଜିତି ନେଇଛି । ଶନିବାର ସକାଳେ ସାଢେ ୭ଟାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ସିରିଜରେ ଭାରତ ଆଗୁଆ ରହିଥିଲେ ବି କମ୍ ବ୍ୟାକ୍ କରିବାକୁ କିଓ୍ୱି ଟିମ୍ ପ୍ରସ୍ତୁତି ଚଳାଇଛି । ଦଳ ପୂର୍ବରୁ ଟି୨୦ ସିରିଜ୍ ହାରି ସାରିଛି । ଦିନିକିଆ ସିରିଜ୍ ହାରିଲେ ଦଳ ଅଲୋଡା ରେକର୍ଡ ସ୍ଥାପନ କରିବ ।

ଦ୍ୱିତୀୟ ମୁକାବିଲାରେ ଭାରତର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ । ଆକିବ୍ ନବୀଙ୍କୁ ବାହାରେ ବସିବାକୁ ପଡିପାରେ । ସିରାଜ ପ୍ରଥମ ମୁକାବିଲାରେ ସିଲେକ୍ସନ ପାଇଁ ଉପଲବ୍ଧ ନଥିଲେ । ଏବେ ସେ ଟିମରେ ସାମିଲ ହୋଇଛନ୍ତି । ସେ ଫେରିବା ପରେ ପେସ୍ ଆଟାକ୍ ଆହୁରି ମଜବୁତ ହେବ । ବୁମରାଙ୍କ ଅନୁପସ୍ଥିତି କାରଣରୁ ସିରାଜ ପେସ୍ ମଙ୍ଗ ଧରିବେ ।

ଓପନିଂ ଭାର ରୋହିତ ଶର୍ମା ଏବଂ ଶୁବମନ ଗିଲ ସମ୍ଭାଳିବେ । ପ୍ରଥମ ଦିନିକିଆରେ ରୋହିତ ଖାତା ଖୋଲି ପାରିନଥିଲେ । କିନ୍ତୁ ଦଳ ଆଉ ଥରେ ତାଙ୍କୁ ସୁଯୋଗ ଦେଇପାରେ । ଗିଲଙ୍କୁ କପ୍ତାନୀ ପାଳି ଖେଳିବାକୁ ହେବ । ତୃତୀୟ ନମ୍ବରରେ ବିରାଟ କୋହଲି ଫର୍ମରେ ଅଛନ୍ତି । ସେ ପ୍ରଥମ ମ୍ୟାଚରେ ଦ୍ରୁତ ୭୪ ରନ୍ କରିଥିଲେ ।

Also Read :- ଧନତେରସରେ ସୁନା କିଣୁଥିଲେ ଗ୍ରାହକ, ହଠାତ କମିଗଲା ରେଟ୍ : ରୁପା ଦାମ୍ ବି ଖସିଲା

ସେହିପରି ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର ଖେଳିପାରନ୍ତି । ସେ ପ୍ରଥମ ମୁକାବିଲାରେ ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର୍ କରିପାରିନଥିଲେ । ଅନ୍ୟ ଦିଗରେ ଅକ୍ଷର ପଟେଲ ୫ ନମ୍ବର ଓ କେଏଲ ରାହୁଲ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି । ଦେଖିବାକୁ ଗଲେ ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମୁକାବିଲାରେ ସମାନ ଟିମ୍ ରହିପାରେ । କେବଳ ସିରାଜ ହିଁ ଏକମାତ୍ର ପରିବର୍ତ୍ତନ ହୋଇପାରନ୍ତି ।