ଆସିକା ୬।୧୧: ଆସିକାରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ l ଲୋକଙ୍କ ଦୁର୍ଦ୍ଦଶା ପଚାରି ବୁଝିଲେ କ୍ଷୟକ୍ଷତି ଆକଳନ କଲେ l ବାତ୍ୟା ଅର୍ଣ୍ଣବ ଚାଲି ଯାଇଛି ହେଲେ ଏବେବି ଲୋକେ ସମସ୍ୟା ଘେରରେ ରହିଛନ୍ତି l ଆସିକା କାଳୀ ମୁଖୀ ସାହି, କଳିଙ୍ଗା ରୋଡ୍ ବସଷ୍ଟାଣ୍ଡ ହରିଜନ ସାହି ବାସିନ୍ଦାଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ପିସିସି ସଭାପତି l

Also Read:- ରାତିରେ ନାଟକ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ରିଲିଫ ସାମଗ୍ରୀ ଲୋକମାନଙ୍କ ପାଖରେ ପହଞ୍ଚିଛି କି ନାହିଁ ପଚାରି ବୁଝିଛନ୍ତି । ସେହିପରି ଆସିକା ବିନାୟକ ବଜାର, ଲକ୍ଷ୍ମୀ ବଜାର, ପୁରୁଣା ବସଷ୍ଟାଣ୍ଡରେ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଭେଟି ବାତ୍ୟା ଦୁର୍ଦ୍ଦଶା ବିଷୟରେ ଶୁଣିବା ସହ କ୍ଷୟକ୍ଷତି ଦେଖିଛନ୍ତି ।