ଆନନ୍ଦପୁର ୪।୯: ପ୍ରାକୃତିକ ବିପର୍ଯ୍ଯୟ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆନନ୍ଦପୁର ପୌରପାଳିକା, ଫକୀରପୁର ଗାଁର ଯୁବକ ତ୍ରିଲୋଚନ ସାହୁ ପାଇଛନ୍ତି ଜାତୀୟ ପୁରସ୍କାର । ସର୍ବସାଧାରଣ ସ୍ଥାନ ତଥା ବିଶେଷ କରି ବିଦ୍ଯାଳୟ କାନ୍ଥ ସହ ଏହାର ସୁରକ୍ଷା ପାଚେରୀରେ ବିପର୍ଯ୍ଯୟ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବାର୍ତ୍ତା ଚିତ୍ରଣ କରି ଲୋକଙ୍କୁ ସଚେତନ କରାଇ ଆସୁଛନ୍ତି ତ୍ରିଲୋଚନ ।

ସମାଜ ପ୍ରତି ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଣୟ ଅଧିନ ନ୍ଯାସନାଲ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଏଜୁକେଶନାଲ ପ୍ଲାନିଂ ଆଣ୍ଡ୍ ଆଡମିନିଷ୍ଟ୍ରେସନ ବିଭାଗ ତରଫରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏକ ମାନପତ୍ର ସହ ରୌପ୍ଯ ଫଳକ ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

Also Read:- ଦୁର୍ଘଟଣାସ୍ଥଳରେ ମହିଳା ହୋମଗାର୍ଡଙ୍କ ମହାନତା, CPR ଦେଇ ବଞ୍ଚାଇବାକୁ କଲେ ଶେଷ ପ୍ରୟାସ

ଚଳିତ ମାସ ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଥିଲା । ପୁରସ୍କାର ବିତରଣ ସମୟରେ ଉପସ୍ଥିତ ଅତିଥି ତ୍ରିଲୋଚନଙ୍କ କାର୍ଯ୍ଯକୁ ବେଶ୍ ପ୍ରଶଂସା କରିଥିଲେ । ତ୍ରିଲୋଚନ ଏବେ ବାରିପଦା ଏମପିସି ବିଶ୍ବବିଦ୍ଯାଳୟ ଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଅର୍ଥନୀତିରେ ପିଏଚଡି କରୁଛନ୍ତି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ସୁଦୃଢ କରିବାକୁ ସଙ୍କଳ୍ପ କରିଥିବା ତ୍ରିଲୋଚନ କହିଛନ୍ତି ।

Watch Video: