ରାଉରକେଲା ୪।୯: ଦୁର୍ଘଟଣାର ଶିକାର ହେଲେ ବାଇକ୍ ଚାଳକ । ରାସ୍ତାରେ ଯାଉଥିବା ଅନେକ ଲୋକ ଦେଖିଥିଲେ । କେହି ସହାୟତା ପାଇଁ ଆଗେଇ ଆସିନଥିଲେ । ହେଲେ ଜଣେ ହୋମ୍‌ଗାର୍ଡ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ । ଆହତଙ୍କୁ CPR ଦେଇ ଜୀବନ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ ।

ରାଉରକେଲା ରିଙ୍ଗ୍ ରୋଡ୍‌ର ପ୍ଲୁଟନ୍ ମଲ୍ ନିକଟରେ କାର୍ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ଯୁବକ ଜଣଙ୍କ ରାସ୍ତାରେ ପଡ଼ି ରହିଥିଲେ । ସେହି ବାଟ ଦେଇ ଅନେକ ଲୋକ ଯାଉଥିବା ବେଳେ ଘଟଣାକୁ ଦେଖିଥିଲେ । ହେଲେ କେହି ତୁରନ୍ତ ସହାୟତା ପାଇଁ ଆଗେଇ ଆସିନଥିଲେ ।

Also Read:- ଓଡ଼ିଶା ଯାତ୍ରୀ ଆପ୍‌ରେ ନୂଆ ସେଫ୍ଟି ଫିଚର, ଏଣିକି ଶେକ୍ କରି ପଠାଇ ହେବ SOS

ଖବର ପାଇ ତୁରନ୍ତ PCR ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଅଞ୍ଜନା କୁମାରୀ ମାଝୀ ଆହତଙ୍କୁ CPR ଦେଇ ଜୀବନ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ । ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଜୀବନ ବଞ୍ଚିପାରି ନଥିଲା । ମହିଳା ହୋମଗାର୍ଡଙ୍କ ଏହି ପଦକ୍ଷେପ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି ।

Watch Video: