ବଲାଙ୍ଗିର ୨୨।୫: ଅସହ୍ୟ ତାତି ଓ ଗୁଳୁଗୁଳି କଲବଲ କରୁଛି ଜନଜୀବନ । ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ପାଣିପାଗ ବିଭାଗର ଆକଳନ ଆଗାମୀ କିଛି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ପ୍ରଚଣ୍ଡ ତାତି ଆଉ ଗରମରେ ଲୋକ ଯେତିକି ହନ୍ତସନ୍ତ ସେତିକି ବିଦ୍ୟୁତ ଟେନସନ । ଏଭଳି ସ୍ଥିତିରେ ବଲାଙ୍ଗିରରେ ଯେତେ ଲୋକଙ୍କ ଦେହ ଗରମରେ ଜଳୁଛି ସେତିକି ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମର ଠାରୁ ତାର, ସବୁକିଛି ଜଳୁଛି । ପୁଣି ଗୋଟିଏ ଟ୍ରାନ୍ସଫର୍ମରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଜଳିଗଲା ସମ୍ପୂର୍ଣ୍ଣ ଟ୍ରାନ୍ସଫର୍ମର ।

Also Read:- ଅତିଷ୍ଠ କଲାଣି ଅସହ୍ୟ ଗରମକୁ ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ବ୍ୟବସ୍ଥା କରୁଛୁ କହିଲେ ଶକ୍ତିମନ୍ତ୍ରୀ

ବଲାଙ୍ଗିର ସହରର ଆଦର୍ଶ ପଡା ଠାରେ ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ବିଳମ୍ବିତ ରାତି ୧୨ଟା ୪୦ ମିନିଟ୍‌ ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ କାଟ୍ ହେବାରୁ ବାହାରକୁ ଦେଖିଲା ବେଳକୁ ଟ୍ରାନ୍ସଫର୍ମରରେ ନିଆଁ ଲାଗି ଜଳୁଥିବା ଦେଖିଥିଲେ । ଏନେଇ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଏହାସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁ ଲାଗି ସମ୍ପୂର୍ଣ୍ଣ ଟ୍ରାନ୍ସଫର୍ମରଟି ।