ବାଲିପାଟଣା: ପରିବାର। ଏ କେବଳ ଗୋଟିଏ ଶବ୍ଦ ନୁହେଁ ବରଂ ମନ୍ଦିର ଠୁ ବି ବଡ଼। ଏଇଠି ପିଲାଟି ସଂସ୍କାର ଶିଖେ। ମଣିଷ ହୁଏ। ଯଦି ପରିବାର ମୁଖିଆ ବିଶୃଙ୍ଖଳିତ ହୁଏ, ତାହା ହେଲେ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥାଏ। ଏପରିକି ଚରମ ନିଷ୍ପତ୍ତି ନେବାକୁ ପଡେ। ଠିକ ସେଭଳ ଘଟଣା ଘଟିଛି ବାଲିପାଟଣା ଥାନା ତୁରିନ୍ତିରା ଅଞ୍ଚଳରେ। ବାପା ମଦ ପିଉ ଥିବା ଦେଖି ଆତ୍ମହତ୍ୟା କରିଛନ୍ତି ପୁଅ।

ବାଲିପାଟଣା ଥାନା ବସ୍ତଡିହ ଗ୍ରାମର ରାଜ କିଶୋର ସାହୁ ଙ୍କର ମହାବୀର ଛକରେ ଏକ ଜଳଖିଆ ଦୋକାନ ରହିଛି । ରାଜ କିଶୋର ବାରମ୍ବାର ମଦ ପିଉଥିବାରୁ ତାଙ୍କ ପୁତ୍ର ଶିବ ପ୍ରସାଦ ସାହୁ ବାରଣ କରନ୍ତି। ଯେଉଁଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗିରହେ।

ଶୁକ୍ରବାର ବାପା ରାଜକିଶୋର ଦୋକାନ ନିକଟ ରାସ୍ତା କଡରେ ମଦ ପିଉ ଥିଲେ । ଏହାକୁ ପୁତ୍ର ଶିବ ଦେଖି ମର୍ମାହତ ହୋଇଥିଲେ। ସେଠାରୁ ଦୋକାନ ଭିତରକୁ ଆସି ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ।

also read- ଲୋଭ ଏତେ ଭୟଙ୍କର ! ମୁଣ୍ଡକୁ ଚଢ଼ିଗଲା ବିଷ, ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

ସ୍ଥାନୀୟ ଲୋକ ଏହା ଜାଣିବା ପରେ ତୁରନ୍ତୁ ଶିବଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଶିବ ଜଣେ ମେଧାବୀ ଛାତ୍ର ଥିଲେ । ସ୍ଥାନୀୟ ଶିଶୁ ଅନନ୍ତ ମହାବିଦ୍ୟାଳୟରେ +୩ କଳା ୩ୟ ବର୍ଷର ଛାତ୍ର ଥିଲେ ।