ୱାସିଂଟନ: ଚିପ୍ ତିଆରି କରୁଥିବା ଦିଗ୍ଗଜ କମ୍ପାନୀ ଏନଭିଡିଆ ସହ ସଂସ୍ଥାପକ ତଥା ସିଇଓ ଜେନସେନ୍ ହୁଆଙ୍ଗ ୧୨ ନଭେମ୍ବର ଗୁରୁବାର ତତ୍କାଳ ପ୍ରଭାବ ତାଙ୍କର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଏଣୁ କମ୍ପାନୀର ଏଗଜିକ୍ୟୁଟିଭ ଭାଇସପ୍ରେସିଡେଣ୍ଟ ତଥା ଚିଫ୍ ଫାଇନାନସିଆଲ ଅଫିସର (ସିଏଫଓ) କୋଲେଟ କ୍ରେସ୍ ଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରାଯାଇଛି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ୧୨ ନଭେମ୍ବର ୨୦୨୬ରେ କରିଥିବା ଅଧିକାରୀକ ଘୋଷଣାରେ ଏହି ସୂଚନା ଦେଇଛନ୍ତି।

ଘୋଷଣା ଅନୁସାରେ କୋଲେଟ କ୍ରେସ୍ ଅନ୍ତରୀଣ ସିଇଓ ପଦବୀ ସହିତ ନିଜର ସିଏଫଓ ପଦବୀର ଦାୟିତ୍ୱ ମଧ୍ୟ ତୁଲାଇବେ। ଏହା ସହିତ ଦୀର୍ଘ ସମୟରୁ ବୋର୍ଡ ସଦସ୍ୟ ଥିବା ହାର୍ଭେ ସି.ଜୋନ୍ସଙ୍କୁ କମ୍ପାନୀର ପ୍ରଥମ ବୋର୍ଡ ଚେୟାର ନିଯୁକ୍ତ କରାଯାଇଛି। ବୋର୍ଡ ସ୍ପଷ୍ଟ କରିଛି ଯେ ସ୍ଥାୟୀ ସିଇଓ ନିଯୁକ୍ତ ନ ହେବାପର୍ଯ୍ୟନ୍ତ କ୍ରେସ୍ କମ୍ପାନୀର ନେତୃତ୍ୱ ନେବେ। ନୂଆ ସ୍ଥାୟୀ ସିଇଓ ଚୟନ ନିମନ୍ତେ କମ୍ପାନୀ ନିଜ ଭିତର ଓ ବାହାରର ପ୍ରାର୍ଥୀଙ୍କ ଉପରେ ବିଚାର କରିବା ଆରମ୍ଭ କରିଦେଇଛି। ଜେନସେନ ହୁଆଙ୍ଗ କମ୍ପାନୀର ଅଧ୍ୟକ୍ଷ, ସିଇଓ ଏବଂ କମ୍ପାନୀର ବୋର୍ଡ ସଦସ୍ୟ ରୂପେ ନିଜର ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ବିରୋଧରେ ଆସିଥିବା ୨ଟି ବିବାହୋତ୍ତର ସମ୍ପର୍କ ଓ ଏଥିରୁ ଜଣେ ଚୀନ୍ ଗୁପ୍ତଚର ହୋଇଥିବା ନେଇ ଯାଞ୍ଚ କାରଣରୁ ଚାପ ବଢିବାରୁ ଜେନସେନ ହୁଆଙ୍ଗ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ କୋଲେଟ କ୍ରେସ୍ ସେପ୍ଟେମ୍ବର ୨୦୧୩ରୁ ଏନଭିଡିଆର ସିଏଫଓ ଭାବେ କାର୍ଯ୍ୟ କରି ଆସୁଛନ୍ତି ଓ କମ୍ପାନୀର ଚିପ୍ କୁ ବଜାରର ଶୀର୍ଷରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବିତ୍ତିୟ ଭୂମିକା ରହିଛି। ଏନଭିଡିଆ ପୂର୍ବରୁ ସେ ମାଇକ୍ରୋସଫ୍ଟ ଓ ସିସ୍କୋ ଭଳି ପ୍ରମୁଖ ଟେକ୍ କମ୍ପାନୀରେ ବରିଷ୍ଠ ବିତ୍ତିୟ ପଦପଦବୀରେ କାମ କରିଛନ୍ତି।

ଏନଭିଡିଆରେ ଯୋଗଦେବା ପୂର୍ବରୁ କୋଲେଟ କ୍ରେସ ୨୫ ବର୍ଷରୁ ଅଧିକ ସମୟ ଧରି ବଡ଼ ବଡ଼ ଟେକ୍ କମ୍ପାନୀମାନଙ୍କରେ ଫାଇନାନ୍ସ ସମ୍ପର୍କିତ ପଦପଦବୀରେ କାମ କରିଛନ୍ତି। ଏଥିରେ ସେ ମାଇକ୍ରୋସଫ୍ଟ ଓ ସିସ୍କୋ ସମେତ ଟେକ୍ସାସ ଇନଷ୍ଟ୍ରୁମେଣ୍ଟସ୍ ଭଳି କମ୍ପାନୀରେ ମଧ୍ୟ କାମ କରିଛନ୍ତି। ତାଙ୍କ କ୍ୟାରିୟର ବିବରଣୀ ଅନୁସାରେ ସେ ୧୩ ବର୍ଷ ମାଇକ୍ରୋସଫ୍ଟରେ ଓ ୩ ବର୍ଷ ସିସ୍କୋରେ କାମ କରିଛନ୍ତି।