କେନ୍ଦ୍ରାପଡା: ମଣିଷ କେତେ ଭୟଙ୍କର ହୋଇପାରେ। ଲୋଭ କେତେ ଗ୍ରାସ କରିପାରେ। ଆଉ ସେଇ ଲୋଭ ବଶବର୍ତ୍ତୀ ହୋଇ ଜଣେ ମଣିଷ ଅନ୍ୟଜଣକୁ ହତ୍ୟା କରିବାକୁ ପଛାଏ ନାହିଁ। କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଏହାର ମୂଳ କାରଣ ଥିଲା। ସାମାନ୍ୟ ଘଟଣାରୁ ଜଣେ ହୁଷ୍ଟପୁଷ୍ଟ ଯୁବକଙ୍କୁ ପିଟିପିଟି ହତ୍ୟା। ଓଃ ! ସେକଥା ଦେଖେଇବା ବି ଅସମ୍ଭବ। ପୋଲିସ ଆକ୍ସନ ନେଲା। ୧୩ ଜଣଙ୍କୁ ବାନ୍ଧିଲାଣି। ଆଇନକୁ କଡ଼କଡ଼ି କରିବାକୁ ଡିଜିପି ତାଗିଦ କଲେ ମୁଖ୍ୟମନ୍ତ୍ରୀ। ହେଲେ ଲାଭ କଣ। ସୌମ୍ୟଙ୍କୁ ଯେମିତି ପିଟି ପିଟି ମାରିଥିଲେ, ଠିକ୍‌ ସେଇ ଷ୍ଟାଇଲରେ ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି।

​​​​​​​​​​​​​​କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅନ୍ତର୍ଗତ ବାରଡାଙ୍ଗ ଗାଁରେ ଜମି ବାଡି ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଗୋଲକ ଚନ୍ଦ୍ର ନାଉରୀ। ସେ ଜଣେ ହୋମିଓପାଥି ଡାକ୍ତର ବୋଲି ଜଣାପଡିଛି l

ଗୁରୁବାର ବିଳମ୍ବିତ ରାତିରେ ଗୋଲକ ଏବଂ ତାଙ୍କ ବଡ ଭାଇ ଅଭୟଙ୍କ ମଧ୍ୟରେ ପୂର୍ବ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା l ଗଣ୍ଡଗୋଳ ବଢ଼ିବାରୁ ଅଭୟ ଏବଂ ତାଙ୍କ ପରିବାରର ଅନ୍ୟ ମାନେ ମିଶି ଗୋଲକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ l

​​​​​​​also read- ୧୯ ଯାଏଁ କାଳବୈଶାଖୀ ବର୍ଷା, ଏସବୁ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଗୋଲକ ଅଚେତ୍ ହୋଇ ତଳେ ପଡିଯିବା ପରେ ମଧ୍ୟ ଆକ୍ରମଣକାରୀଙ୍କ ମନ ଶାନ୍ତି ହୋଇନଥିଲା। ବଞ୍ଚିବାକୁ ବି ସୁଯୋଗ ଦେଲେନି। ମୁଣ୍ଡକୁ ଏମିତି ବିଷ ଚଢ଼ିଗଲା ଯେ ତାଙ୍କୁ ମରିବା ପର୍ ମାଡ ମାରି ଚାଲିଥିଲେ l ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୋଲକଙ୍କୁ ପ୍ରଥମେ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l କିନ୍ତୁ ତାଙ୍କୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ l ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟ ଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି l

​​​​​​​ଆପଣ ଏଥିରୁ ଜାଣି କଣ ? ବୁଝିଲେ କଣ ?  ଏଥିରୁ ସ୍ପଷ୍ଟ ହୋଇଯିବେ ଯେ, ଆଇନ୍‌ ସିନା ଅଛି। କିନ୍ତୁ ଲୋକଙ୍କ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନାରାଜ। ସେଦିନ ସୌମ୍ୟଙ୍କ କ୍ଷେତ୍ରରେ ଯାହା ଘଟିଥିଲା, ଆଜି ଗୋଲକଙ୍କ କ୍ଷେତ୍ରରେ ତାହାହିଁ ହୋଇଛି। ଚାରିପାଖ ଲୋକ କେବଳ ଦେଖଣାହାରୀ ସାଜୁଛନ୍ତି