ଭୁବନେଶ୍ବର ୨୧।୬: ବ୍ୟାପକ ସୁରକ୍ଷା ଭିତରେ ହେବ ନିଟ୍-ୟୁଜି ରିଟେଷ୍ଟ । ରବିବାର ସାରା ଦେଶରେ ୫୫୧ଟି ସହରରେ ହେବ ପରୀକ୍ଷା । ୫ ହଜାର ୪୪୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ବିଦେଶରେ ରହିଛି ୧୪ଟି ପରୀକ୍ଷା କେନ୍ଦ୍ର। ଓଡ଼ିଶାର ୨୭ଟି ସହରର ୧୩୨ଟି ସେଣ୍ଟରରେ ପରୀକ୍ଷା ଦେବେ ପ୍ରାୟ ୫୭ ହଜାର ଛାତ୍ରଛାତ୍ରୀ । ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ୧୫ରେ ସରିବ ପରୀକ୍ଷା । ପେପର୍ ଲିକ୍ ଯୋଗୁଁ ଗତ ମାସରେ ପରୀକ୍ଷା ବାତିଲ୍ ହେବାପରେ ଏଥର କଡ଼ା ସୁରକ୍ଷା ସହିତ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା ପରିଚାଳନା ପାଇଁ ବଡ଼ ପ୍ରସ୍ତୁତି କରିଛି ଏନଟିଏ ।

ତେବେ ନିଟ୍ ପରୀକ୍ଷା ପାଇଁ କମିଶନରେଟ୍ ପୋଲିସ ବଡ଼ ନିଷ୍ପତ୍ତି ନିଆଯାଇଛି । କେବଳ ଆଜି ପାଇଁ ଟ୍ରାଫିକ୍ ନିୟମ କୋହଳ ହେଲା । ନିଟ୍ ପରୀକ୍ଷା ପାଇଁ ଟ୍ରାଫିକ୍ ନିୟମ କୋହଳ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଟକାଇବେ ନାହିଁ ଟ୍ରାଫିକ୍ କର୍ମଚାରୀ । ରାସ୍ତାରେ ହେବ ନାହିଁ ଟ୍ରାଫିକ୍ ଚେକିଂ ଓ ଏନଫୋର୍ସମେଣ୍ଟ ।

Also Read:- ନଡ଼ିଆ ଗଛକୁ ନେଇ ଦୁଇ ଭାଇଙ୍କ ଝଗଡ଼ା, ଆକ୍ରମଣରେ କଟିଲା ସ୍ୱାମୀଙ୍କ ବାମ ଗୋଡ ଓ ସ୍ତ୍ରୀଙ୍କ ପାପୁଲି

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ କମିଶନରେଟ୍ ପୋଲିସ । ରାସ୍ତାରେ ଟ୍ରାଫିକ୍ ଚେକିଂ ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଟ୍ରାଫିକ୍ ଆଇଆଇସି ସୂଚନା ଦେଇଛନ୍ତି । ସେହିଭଳି ପରୀକ୍ଷାର୍ଥୀ ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି । ପରୀକ୍ଷାର୍ଥୀ ମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଜାରି କରାଯାଇଛି ।