ବାଲେଶ୍ଵର ୨୧।୬: ନଡ଼ିଆ ଗଛକୁ କେନ୍ଦ୍ରକରି କଟୁରୀରେ ମରଣାନ୍ତକ ଆକ୍ରମଣ । କଟୁରୀ ଚୋଟରେ ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ସଦର ଥାନା ଶଙ୍କରପୁର ଗାଁର ଘଟିଛି ଏଭଳି ଆକ୍ରମଣ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ସଦର ଥାନା ଶଙ୍କରପୁର ଗାଁର ନଡ଼ିଆ ଗଛକୁ ନେଇ ଶନିବାର ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରବିବାର ସକାଳୁ ନଡ଼ିଆ ଗଛରୁ ନଡ଼ିଆ ବିଛାଇବା ବେଳେ ୩ ଜଣ ଯୁବକ ସାନ ଭାଇ ହରିମୋହନ ମହାନ୍ତି, ତାଙ୍କ ପତ୍ନୀ ଗୀତା ମହାନ୍ତି, ପୁଅ ବିକାଶ ମହାନ୍ତିଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସ୍ୱାମୀଙ୍କ ବାମ ଗୋଡ ଓ ସ୍ତ୍ରୀଙ୍କ ପାପୁଲି କଟି ଯାଇଥିଲା ।

Also Read:- ଥାନା ସମ୍ମୁଖରେ ଯୁବକଙ୍କ ଚରମ ନିଷ୍ପତ୍ତି, ଗଛରେ ଗାମୁଛା ଲଗାଇ ଝୁଲିପଡିଲେ

ଗୁରୁତର ଅବସ୍ଥାରେ ଉଭୟଙ୍କୁ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।