ନୂଆଦିଲ୍ଲୀ ୧୬।୧୦: ଦଶହରାରେ ମା' ଦୁର୍ଗା ଏବଂ ପ୍ରଭୁ ଶ୍ରୀରାମଙ୍କର ମିଳିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଦିନ କେତେକ ବିଶେଷ ଉପାୟ କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଓ ସଫଳତା ମିଳିଥାଏ । ଆସନ୍ତୁ ଜାଣିବା ବିଜୟାଦଶମୀରେ ବ୍ୟାପାର, ଆର୍ଥିକ ଉନ୍ନତି ଏବଂ ସଫଳତା ପାଇଁ କେଉଁ ୭ଟି ଉପାୟ କରିବା ଉଚିତ୍ ।

ଦଶହରା କେବେ?

ହିନ୍ଦୁ ପାଞ୍ଚାଙ୍ଗ ଅନୁଯାୟୀ, ଆଶ୍ୱିନ ଶୁକ୍ଳ ଦଶମୀ ତିଥି ୨୦ ଅକ୍ଟୋବର ୨୦୨୬ ମଧ୍ୟାହ୍ନ ୧୨ଟା ୫୦ ମିନିଟରୁ ଆରମ୍ଭ ହୋଇ ୨୧ ଅକ୍ଟୋବର ଦ୍ୱିପ୍ରହର ୨ଟା ୧୧ ମିନିଟରେ ଶେଷ ହେବ । ଉଦୟ ତିଥି ଅନୁସାରେ, ଏହି ବର୍ଷ ଦଶହରା ବା ବିଜୟାଦଶମୀ ପର୍ବ ୨୦ ଅକ୍ଟୋବର ୨୦୨୬, ମଙ୍ଗଳବାର ଦିନ ପାଳନ କରାଯିବ ।

ଦଶହରାରେ କରନ୍ତୁ ଏହି ୭ଟି ବିଶେଷ ଉପାୟ:

୧. ଯଦି ଚାକିରିରେ ସମସ୍ୟା ଲାଗିରହିଛି କିମ୍ବା ନୂତନ ଚାକିରିର ସନ୍ଧାନରେ ଅଛନ୍ତି, ତେବେ ଦଶହରା ଦିନ ମା' ଦୁର୍ଗାଙ୍କୁ ପୂଜା କରି ୧୦ଟି ଭିନ୍ନ ଭିନ୍ନ ଫଳ ଅର୍ପଣ କରନ୍ତୁ ଏବଂ ଏହି ପ୍ରସାଦ ଗରିବଙ୍କୁ ବାଣ୍ଟି ଦିଅନ୍ତୁ ।

୨. ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ କରିବା ପାଇଁ ଏହି ଦିନ ମା' ଦୁର୍ଗାଙ୍କ ପୂଜା ସମୟରେ 'ଓଁ ବିଜୟାୟେ ନମଃ' ମନ୍ତ୍ର ଜପ କରନ୍ତୁ । ଏହି ଉପାୟ ଶୁଭ ମୁହୂର୍ତ୍ତରେ କଲେ ବିଶେଷ ଲାଭ ମିଳିଥାଏ ।

୩. ଯଦି କୌଣସି ଆଇନଗତ ମାମଲାରୁ ମୁକ୍ତି ମିଳୁନାହିଁ, ତେବେ ଦଶହରା ଦିନ ଶମୀ ଗଛକୁ ପୂଜା କରି ଗଛମୂଳେ ଦୀପ ଜାଳନ୍ତୁ । ଏହା ଦ୍ୱାରା ସମସ୍ତ ପ୍ରକାର କୋର୍ଟ କେସ୍ରୁ ମୁକ୍ତି ମିଳିବା ସହ ସୌଭାଗ୍ୟ ପ୍ରାପ୍ତି ହୁଏ ।

୪. ଯଦି ଦୀର୍ଘଦିନ ଧରି ରୋଗ କିମ୍ବା ବଡ଼ ସଙ୍କଟ ଲାଗିରହିଛି, ତେବେ ଗୋଟିଏ ସମ୍ପୂର୍ଣ୍ଣ ପାଣିଥିବା ନଡ଼ିଆ ନେଇ ନିଜ ମୁଣ୍ଡ ଉପରୁ ୨୧ ଥର ବୁଲାଇ ଦିଅନ୍ତୁ । ଏହାକୁ ରାବଣ ଦହନ ଅଗ୍ନିରେ ପକାଇ ଦିଅନ୍ତୁ । ପରିବାରର ଅନ୍ୟ ସଦସ୍ୟଙ୍କ ଉପରୁ ମଧ୍ୟ ଏହାକୁ ବୁଲାଇ ପାରିବେ ।

୫. ଦଶହରା ଦିନ ସନ୍ଧ୍ୟାରେ ଶ୍ରଦ୍ଧାର ସହ ମା' ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଏବଂ କୌଣସି ମନ୍ଦିରରେ କାହାକୁ ନ ଜଣାଇ ଗୁପ୍ତ ଭାବରେ ଝାଡ଼ୁ ଦାନ କରନ୍ତୁ। ଏହା ଦ୍ୱାରା ଘରକୁ ଧନ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୬. ବ୍ୟାପାରରେ ଲାଭ ମିଳୁନି କିମ୍ବା ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି, ତେବେ ଦଶହରା ଦିନଠାରୁ ଆରମ୍ଭ କରି କ୍ରମାଗତ ୪୩ ଦିନ ଯାଏଁ କୁକୁରକୁ ବେସନ ଲଡ଼ୁ ଆଦରର ସହ ଖାଇବାକୁ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଅନ୍ତ ଘଟିବ ।

୭. ଯଦି ପରିବାର ଉପରେ କୌଣସି ବଡ଼ ବିପଦ କିମ୍ବା ସଙ୍କଟର ଆଶଙ୍କା ରହିଛି, ତେବେ ଦଶହରା ଦିନ ସ୍ୱଚ୍ଛ ମନରେ ସୁନ୍ଦରକାଣ୍ଡ ପାଠ କରନ୍ତୁ । ଏହା ଦ୍ୱାରା ସମସ୍ତ ପ୍ରକାର ବାଧାବିଘ୍ନ ଓ ଦୁଃଖର ଅନ୍ତ ଘଟିବ ।