ସାଉଥ୍ ଷ୍ଟାର୍ ଯଶଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ଟକ୍ସିକ୍’କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍ସାହ ବଢ଼ିଛି । ଏଥିରେ ୟଶଙ୍କୁ ଆହୁରି ଅନେକ ସୁନ୍ଦରୀଙ୍କ ସହ ଦେଖିବାକୁ ମିଳିବ। କିଆରା ଆଡଭାନୀଙ୍କ ଠାରୁ ତାରା ସୁତାରିଆ ପର୍ଯ୍ୟନ୍ତ, ଉଭୟ ଅଭିନେତ୍ରୀ ଫିଲ୍ମରେ ଅନେକ ଇଣ୍ଟିମେଣ୍ଟ ସିନ୍ରେ ଅଭିନୟ କରିଛନ୍ତି । ଯାହାକୁ ନେଇ ହବୁ ହଇଚଇ ସୃଷ୍ଟି ହୋଇଛି ।

ହେଲେ ଏବେ ଷ୍ଟାରକାଷ୍ଟଙ୍କ ଫି'କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ଫିସ୍ ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ୟଶ । ‘ଟକ୍ସିକ୍’ରେ ୟଶ ରାୟା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ପାଇଁ ୟଶ ପ୍ରାୟ ୫୦ କୋଟି ଟଙ୍କା ଫିସ୍ ନେଇଥିବା କୁହାଯାଇଛି । କେବଳ ଅଭିନେତା ଭାବେ ନୁହେଁ, ସେ ଫିଲ୍ମର ପ୍ରୋଡ୍ୟୁସର୍ ଭାବେ ମଧ୍ୟ ଜଡ଼ିତ ଅଛନ୍ତି ଏବଂ ନିର୍ଦ୍ଦେଶକ ଗୀତୁ ମୋହନଦାସଙ୍କ ସହ ସ୍କ୍ରିପ୍ଟରେ ମଧ୍ୟ କାମ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ୟଶଙ୍କ ପରେ ଫିସ୍ ମାମଲାରେ ଚର୍ଚ୍ଚାରେ ଅଛନ୍ତି କିଆରା ଆଡଭାଣୀ। ଫିଲ୍ମରେ ସେ ନାଦିଆ ଭୂମିକାରେ ଅଭିନୟ କରୁଛନ୍ତି। ରିପୋର୍ଟ ଅନୁସାରେ, କିଆରାଙ୍କ ଫିସ୍ ପ୍ରାୟ ୧୫ କୋଟି ଟଙ୍କା ବୋଲି କୁହାଯାଇଛି । ସେହିପରି ନୟନତାରା ‘ଟକ୍ସିକ୍’ରେ ଗଙ୍ଗା ଚରିତ୍ରରେ ନଜର ଆସିବେ।

ତାଙ୍କ ଫିସ୍ ୧୨ରୁ ୧୮ କୋଟି ଟଙ୍କା ମଧ୍ୟରେ ଥିବା ରିପୋର୍ଟରେ ଦାବି କରାଯାଇଛି। ଅର୍ଥାତ୍, ମହିଳା ଷ୍ଟାରକାଷ୍ଟ୍ ମଧ୍ୟରେ ନୟନତାରାଙ୍କ ଫିସ୍ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି ।

ଆଉ ଫିଲ୍ମର ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ହୁମା କୁରେଶୀ। ସେ ଏଲିଜାବେଥ୍ ଭୂମିକାରେ ଅଭିନୟ କରୁଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କ ଫିସ୍ ପ୍ରାୟ ୨ରୁ ୩ କୋଟି ଟଙ୍କା ।

ଏହି ତାଲିକାରେ ତାରା ସୁତାରିଆ ମଧ୍ୟ ଅଛନ୍ତି। ସେ ରେବେକା ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ଫିସ୍ ମଧ୍ୟ ୨ରୁ ୩ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଇଛି ।

ଅର୍ଥାତ୍ ‘ଟକ୍ସିକ୍’ର ଷ୍ଟାରକାଷ୍ଟ୍ ବେଶ୍ ଦମଦାର ଏବଂ ଫିସ୍ ମାମଲାରେ ମଧ୍ୟ ଚଳଚ୍ଚିତ୍ରଟି ବଡ଼ ବଜେଟ୍ର ହୋଇଥିବା ସଙ୍କେତ ମିଳୁଛି । ବିଶେଷ କରି ୫୦ କୋଟି ଟଙ୍କାର ଫିସ୍ ସହ ଯଶ ସବୁଠାରୁ ଆଗରେ ଥିବା ଦାବି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ଅଗଷ୍ଟ ୨୬, ୨୦୨୬ରେ ସାରା ବିଶ୍ୱରେ ରିଲିଜ୍ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି । ଫିଲ୍ମରେ ଯଶଙ୍କ ଆକ୍ସନ୍, ଷ୍ଟାରକାଷ୍ଟ୍ ଏବଂ ବଡ଼ ପ୍ରଯୋଜନାକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି ।

ତେବେ ସ୍କ୍ରିନ୍‌ରେ ‘ଟକ୍ସିକ୍’ କେତେ ବଡ଼ ଧମାକା କରିବ, ତାହା ରିଲିଜ୍ ପରେ ହିଁ ଜଣାପଡ଼ିବ । ଏବେ କିନ୍ତୁ ଫିଲ୍ମର କାହାଣୀଠାରୁ ଆରମ୍ଭ କରି ଷ୍ଟାରକାଷ୍ଟଙ୍କ ଫିସ୍ ପର୍ଯ୍ୟନ୍ତସବୁକିଛି ହୋଇଛି ଚର୍ଚ୍ଚାର ବଡ଼ କାରଣ ।