ଭଦ୍ରକ ୨୫।୧୦: ରେଳବାଇ କଲୋନୀରୁ ଲୁଟ୍ । ଜଗନ୍ନାଥ ଦର୍ଶନ ପାଇଁ ପରିବାର ସହ ଯାଇଥିବା ବେଳେ ଲୋକୋ ପାଇଲଟଙ୍କ କ୍ୱାର୍ଟର ଭାଙ୍ଗି ଲୁଟିନେଲେ ନଗଦ ଟଙ୍କା ଓ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା । ଇମିଟେସନ ଗହଣା ଓ ଖୁଚୁରା ଟଙ୍କା ଛାଡି ଯାଇଛନ୍ତି ଲୁଟେରା ।

ସୂଚନା ଅନୁଯାୟୀ, ଭଦ୍ରକ ଜିଆର୍ପି ଥାନା ଅଧୀନ ଭଦ୍ରକ ରେଳ ଷ୍ଟେସନ ନିକଟ ରେଳବାଇ କଲୋନୀରୁ ଲୁଟ୍ ହୋଇଛି । ଇଷ୍ଟକୋଷ୍ଟ ରେଲୱେର ଲୋକୋ ପାଇଲଟ୍ ଉମାକାନ୍ତ ସିଂ ନିଜ ପରିବାର ସହ ପୁରୀ ଯାଇଥିଲେ । ଜଗନ୍ନାଥ ଦର୍ଶନ ସାରି ଫେରିବା ପରେ ସରକାରୀ କ୍ୱାର୍ଟରର ଗେଟ୍ ଭଙ୍ଗାଥିବା ଦେଖିଥିଲେ । ଘରେ ଥିବା ଦୁଇଟି ଗଡ୍ରେଜ ସହ ଅଟାଚ ଭାଙ୍ଗି ଝିଅ ବାହାଘର ପାଇଁ ରଖିଥିବା ୧୫ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟ୍ ହୋଇଛି ।

Also Read:- ସଡ଼କରେ ମୃତ୍ୟୁର ତାଣ୍ଡବ ! କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ

ଲୁଟେରା ମାନେ ଇମିଟେସନ ଗହଣା ଓ କୁମ୍ପିରେ ଥିବା ଖୁଚୁରା ଟଙ୍କା ଛାଡି ପଳାଇଥିଲେ । ରେଳବାଇ କଲୋନୀର ଅନ୍ୟ ଏକ କ୍ୱାର୍ଟରରୁ ଲୁଟ୍ ପରେ ଆଣିଥିବା ଶାବଳରେ ଏହି କ୍ୱାର୍ଟରର ଗେଟ୍ ଭାଙ୍ଗିଥିଲେ ଲୁଟେରା । ଭଦ୍ରକ ଜିଆରପି ଘଟଣାର ତଦନ୍ତ କରୁଛି ।

Watch Video: