ଯାଜପୁର ୨୫।୧୦ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଞ୍ଜା ଗାଁରେ ଅଘଟଣ । ସ୍ତ୍ରୀକୁ ଲୁହା ରଡରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀକୁ ହତ୍ୟା କରିଦେଲା ସ୍ୱାମୀ । ଘଟଣାସ୍ଥଳରେ ଯାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଗାଁରେ ମଦନ ମଳିକ ମାନସିକ ଭାରସାମ୍ୟ ହରାଇ ତାଙ୍କ ସ୍ତ୍ରୀ ସହରୁଣି ମଳିକଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଶହରୁଣୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥା ଉଦ୍ଧାର କରି ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସ୍ୱାମୀ ମଦନ କିଛି ଦିନ ହେବ ମାନସିକ ରୋଗ ପାଇଁ ଔଷଧ ଖାଉଥିଲେ । ୬ରୁ ୭ ଦିନ ହେବ ତାଙ୍କର ଔଷଧ ସରିଯାଇଥିଲା । ଯେଉଁଥିରେ ଲାଗି ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଶନିବାର ବିଳମ୍ବିତ ରାତିରେ ମଦନ ଏଭଳି ନାରକୀୟକାଣ୍ଡ ଘଟାଇବା ପରେ ସଂଜ୍ଞାହୀନ ହୋଇପଡିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Also Read:-ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ସସମ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ ‘ଜନ ନୀତି ଭାରତ’

ଅନ୍ୟପଟେ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ପରେ ପୋଲିସ ମେଡିକାଲରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।