ନୂଆଦିଲ୍ଲୀ ୧୮।୦୪: ଦେଶର କିଶୋର ବର୍ଗ ବା ଜେନ୍ ଆଲ୍ଫା ଏବେ କେବଳ ଖର୍ଚ୍ଚ ନୁହେଁ ନିଷ୍ପତ୍ତି କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେଉଛନ୍ତି । ରୁକମ କ୍ୟାପିଟାଲ ଜେନ୍ ଆଲଫା ଡିକୋଡେଡ୍ ରିପୋର୍ଟ ମୁତାବକ, ୭୦ ପ୍ରତିଶତ ଜେନ୍ ଆଲଫା ଅର୍ଥ ରୋଜଗାର କରିବା ପନ୍ଥା ଖୋଜୁଛନ୍ତି । ଅନ୍ୟ ପଟେ ୩୧% ଜେନ୍ ଆଲ୍ଫା ଟଙ୍କା ସଞ୍ଚୟ କରୁଛନ୍ତି। ଅନ୍ୟ ପଟେ ୩୩ ପ୍ରତିଶତ ଖର୍ଚ୍ଚ ଆଗରୁ ଅଭିଭାବକଙ୍କ ପରାମର୍ଶ ନେଉଛନ୍ତି ।

ସବୁଠୁ ବଡ ପରିବର୍ତ୍ତନ ନିଷ୍ପତ୍ତି କ୍ଷେତ୍ରରେ ଦେଖାଯାଉଛି । ୬୬ ପ୍ରତିଶତ ଶିଶୁ ଘରର ଦୈନଦିନ ଖର୍ଚ୍ଚ ଏବଂ କ୍ରୟକୁ ପ୍ରଭାବିତ କରୁଛନ୍ତି । ୫୦% ଶିଶୁ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ର ସାମଗ୍ରୀ କିଣିବା ନେଇ ଦାବି କରୁଛନ୍ତି । ଜେନ୍ ଆଲ୍ଫା ମାନେ ଡିଜିଟାଲ ଗ୍ରହଣୀୟତା କ୍ଷେତ୍ରରେ ଆଗରେ ରହିଛନ୍ତି । ଅଧାରୁ ଅଧିକ ଶିଶୁ ସୋସିଆଲ ମିଡିଆ ସଂସ୍ପର୍ଶରେ ଆସିଛନ୍ତି । ଏ କ୍ଷେତ୍ରରେ ୟୁଟ୍ୟୁବର ଦବ୍ଦବା ରହିଛି । ୭୩%ଙ୍କର ସ୍ମାର୍ଟଫୋନ ପହଞ୍ଚ ରହିଛି । ଅନ୍ୟପଟେ ୮୨% ୟୁଟ୍ୟୁବ, ୬୧% ୟୁଟ୍ୟୁବ କିଡ୍ସ, ୬୦% ଲାପ୍ଟପ୍, ୫୧% ସୋସିଆଲ ମିଡିଆ, ୫୦% ଓଟିଟି ସହ ସମ୍ପର୍କ ରଖୁଛନ୍ତି । ୬୦% ଶିଶୁ ଖାଦ୍ୟ, କପଡା, ମନୋରଞ୍ଜନ ନିଷ୍ପତ୍ତିକୁ ପ୍ରଭାବିତ କରୁଛନ୍ତି ।

ଜେନ୍ ଆଲ୍ଫା ହେଉଛନ୍ତି ୨୦୧୦ ପରେ ଜନ୍ମିତ ଶିଶୁ । ଦେଶର ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ଏକ ଚତୁର୍ଥାଂଶ । ନୂଆପିଢ଼ିର ପିଲାମାନେ ବଜାରରେ ଉପଲବ୍ଧ ସାମଗ୍ରୀକୁ ନେଇ ବେଶ ସଚେନତ। ସେହିଭଳି ସାମଗ୍ରୀ ଚୟନ କେବଳ ଆକର୍ଷଣ ଉପରେ ନିର୍ଭରଶୀଳ ନୁହେଁ । ସେମାନେ ଉତ୍ପାଦର ବିଶେଷତା ଉପରେ ଧ୍ୟାନ ଦେଉଛନ୍ତି । ୩୪% ଶିଶୁ ଉତ୍ପାଦର ଉପଯୋଗିତା ଏବଂ ୩୪% ଶୈକ୍ଷିକ ମୂଲ୍ୟରୁ ପ୍ରଭାବିତ ହୋଇଥାଏ। ନୂଆ ଫିଚର ଆସିଲେ ୪୨% ଶିଶୁ ପୁରୁଣା ବ୍ରାଣ୍ଡକୁ ଛାଡ଼ି ବିକଳ୍ପ ଆପଣେଇବାକୁ ପ୍ରସ୍ତୁତ ରହୁଛନ୍ତି। ୨୧ ପ୍ରତିଶତ ଜେନ୍ ଆଲଫା ବଲିଉଡ ସଙ୍ଗୀତ ଏବଂ ୧୬% ଟ୍ରେଡିଂ ଗୀତ ଶୁଣୁଛନ୍ତି। ୨୬% ଶିଶୁ ନୃତ୍ୟୁ ବେଳେ ବଲିଉଡ ଗୀତକୁ ପ୍ରାଥମିକତା ଦେଉଛନ୍ତି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଆକର୍ଷିତ ହେଉଛନ୍ତି ୧୬%। ଅନଲାଇନ ଶିକ୍ଷା ଏବଂ ଏଡଟେକ ଆପ୍ ଚୟନ ବେଳେ ୪୦% ଜେନ୍ ଆଲଫା ଅଭିଭାବକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛନ୍ତି। ସେହିଭଳି ୧୩% ଶିଶୁ ନିଜ ଦାବିକୁ ପୂରଣ କରିବା ଲାଗି ପରିବାରର ଅନ୍ୟ ସଦସ୍ୟଙ୍କ ସମର୍ଥନ ନେଉଛନ୍ତି।

Also Read-Whale Stranded: ସମୁଦ୍ର କୂଳରେ ୨୫ ଦିନ ହେଲା ଫସି ରହିଛି ବିଶାଳ ତିମି, ବଞ୍ଚାଇବାକୁ ଚାଲିଛି ଶେଷ ପ୍ରୟାସ