ଆସିକା : ଛାତ୍ର ସଂସଦ ନିର୍ବାଚନକୁ ନେଇ ଜମୁଛି ଜୋରଦାର ପ୍ରଚାର । ଭୋଟ୍ ପାଇଁ ଚାଲିଛି ମନ ଜିଣିବାର ପ୍ରୟାସ । ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତେ ଭିନ୍ନ ପନ୍ଥା ଆପଣାଉଛନ୍ତି ।  କିଏ ପୁସିଂକାର୍ଡ ବାଣ୍ଟୁଛନ୍ତି ତ ଆଉ କେହି ବିଭିନ୍ନ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସମର୍ଥନ ହାତଉଛନ୍ତି । ଏପରିକି କଲେଜ କ୍ୟାମ୍ପସ୍‌ ବାହାରେ ଲାଗିଛି ମାଗଣା ଦହିବରା, ଗୁପ୍‌ଚୁପ୍‌ ଓ ଆଇସ୍‌କ୍ରିମ୍‌ର ଷ୍ଟଲ୍‌ । ଏଭଳି ଦୃଶ୍ୟ ଏବେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଆସିକାର ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନୀ ମାହୋଲ ଜୋରଦାର ହୋଇଛି । କଲେଜର ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର ଚଳାଇଛନ୍ତି । ନିର୍ବାଚନୀ ପ୍ରଚାର ଭିତରେ ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ହେଉଛି କଲେଜ କ୍ୟାମ୍ପସ୍‌ ବାହାରେ ଲାଗିଥିବା ଖାଦ୍ୟ ଷ୍ଟଲ୍‌। ଛାତ୍ରୀଙ୍କ ମନ ଜିଣିବା ପାଇଁ ଦହିବରା, ଗୁପ୍‌ଚୁପ୍‌ ଓ ଆଇସ୍‌କ୍ରିମ୍‌ ଭଳି ଖାଦ୍ୟ ମାଗଣାରେ  ବାଣ୍ଟୁଥିବା ଦେଖିବାକୁ ମିଳିଛି । ଯାହା ଛାତ୍ରୀଙ୍କ ଧ୍ୟାନ ଆକର୍ଷଣ କରୁଥିବାବେଳେ ନିର୍ବାଚନୀ ମାହୋଲକୁ ଆହୁରି ରୋଚକ କରିଛି । ଏସବୁ ସତ୍ତ୍ୱେ ପୁସିଂ କାର୍ଡ ବଣ୍ଟନ ଓ ସିଧାସଳଖ ଭୋଟ୍ ନିବେଦନ ବି କରୁଛନ୍ତି । ଏହା ସହ ବିଭିନ୍ନ ମୂଦ୍ଦା ନେଇ ଭୋଟ୍ ପାଇଁ ଅନୁରୋଧ କରୁଛନ୍ତି କ୍ୟାଣ୍ଡିଡେଟ୍।  

ସେପଟେ ଏଭଳି ଖାଦ୍ୟ ବଣ୍ଟନକୁ ନେଇ କିଛି ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ ବି କରିଛନ୍ତି । ସେମାନେ କହିଛନ୍ତି ମାଗଣାରେ ଖାଇବାକୁ ଦେଲେ ଭୋଟ୍ ହାତେଇ ହେବନି । ଜିତିବାକୁ ଦରକାର ସଠିକ ମୁଦ୍ଦା,ଷ୍ଟ୍ରାଟେଜି ଓ କିଛି କରିବାର ମନୋବଳ ।

Also Read- Students threatened over phone: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଡିଓ ଭାଇରାଲ୍, ଭୋଟ୍ ଦେବାକୁ ମିଳୁଛି ଧମକ !