ପୁରୀ ୧୩।୧୦ : ଚୋରି ବେଳେ ମାଡ଼ିବସିଲେ । ପୁରୀ ସମୁଦ୍ର କୂଳରେ ବାଇକ୍ ଚୋରି ଉଦ୍ୟମ ବେଳେ ମାଡ଼ି ବସିଲେ ଲୋକେ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ପାର୍କିଂ ଠାରେ ଘଟିଛି ଏଭଳି ଘଟଣା।

ଖବର ଅନୁଯାୟୀ, ଜଣେ ଯୁବକ ବାଇକ୍ ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଯୁବକକୁ କାବୁ କରିଛନ୍ତି। ଏନେଇ ସମୁଦ୍ର କୂଳ ଥାନା ପୋଲିସକୁ ସୂଚନା ଦେବାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାକୁ ଉଠାଇ ନେଇଛି। ଅଟକ ଯୁବକର ପରିଚୟ ମିଳିନଥିବା ବେଳେ ସେ ଜଟଣୀ ଅଞ୍ଚଳର ବୋଲି କହୁଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

Also Read:-AI Image Abuse : AI ଦ୍ୱାରା ଏଡିଟ୍ ହେଉଥିବା ଅଶ୍ଳୀଳ ଫଟୋକୁ ନେଇ କ୍ଷୋଭ ପ୍ରକାଶ କଲେ ଶ୍ରିୟା ସରନ ; କହିଲେ , ‘ଶରୀରର ଆକାର ବଦଳାଇ ଦେଉଛନ୍ତି ’...

ତେବେ ମଧ୍ୟାହ୍ନ ସମୟରେ ପୁରୀ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତି ନିଜ ବାଇକ୍ ସମୁଦ୍ର କୂଳ ପାର୍କିଂ ସ୍ଥାନରେ ରଖି ବୁଲାବୁଲି କରୁଥିଲେ। ଜଣେ ଯୁବକ କୌଶଳ କ୍ରମେ ବାଇକ୍ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଥିଲେ। ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।