ନୂଆଦିଲ୍ଲୀ, ୧୩/୧୦ : ପୁଣି ଥରିଲା ପାନାମା । ଲାଗିଲା ଜୋରଦାର ଝଟକା । ଦୁଇ ଦିନ ପରେ ପୁଣି ପାନାମାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । କିଛି ସଂସ୍ଥା ତୀବ୍ରତା ୬.୦ ନେଇ ଅନୁମାନ କରୁଛନ୍ତି ।

ରିପୋର୍ଟ ଅନୁସାରେ, ଭାରତୀୟ ସମୟ ମଙ୍ଗଳବାର ସକାଳ ୪ଟା ୫୦ ମିନିଟରେ ଭୂମିକମ୍ପର ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୦ କିମି ଭିତରେ ରହିଥିଲା । ତେବେ ଏହା ଏତେ ଶକ୍ତିଶାଳୀ ଥିଲା ଯେ ଦେଶରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

Also Read :- ହକି ଓଡ଼ିଶାକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍, ବିଜେପି ସରକାର ଉପରେ ବର୍ଷିଲା ବିଜେଡି, ଏହା କ'ଣ ଆପଣଙ୍କ ଅସ୍ମିତା ?

ରିପୋର୍ଟ ଅନୁସାରେ, ଭୂମିକମ୍ପ ପାଇଁ ୯୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ୨୬ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ବଡ କୋଠା, ସ୍କୁଲ ଏବଂ ସପିଂ କମ୍ପ୍ଲେକ୍ସ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ଗତ ଶନିବାର ଦେଶରେ ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଥିଲା । ଏଥିରେ ଦେଶରେ ବ୍ୟାପକ କ୍ଷତି ହେବା ସହ ସରକାର ଜରୁରୀକାଳିନ ସ୍ଥିତି ଘୋଷଣା କରିଥିଲେ ।