ନୂଆଦିଲ୍ଲୀ, ୩୦/୦୮: ଆସନ୍ତା ବର୍ଷ ଖେଳାଯିବ ଦିନିକିଆ ବିଶ୍ୱକପ୍ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଟିମ୍ ଇଣ୍ଡିଆ । ଦଳ ମୁଖ୍ୟ ଖେଳାଳିଙ୍କ ସହ ବ୍ୟାକଅପ୍ ଯୋଜନା ପ୍ରସ୍ତୁତ କରୁଛି । ବେଶି ଟେନସନ ଦେଉଛି ମିଡିର ଅର୍ଡର । ଏଥିପାଇଁ ଟିମ୍ ଶ୍ରେୟସ ଆୟରଙ୍କ ବିକଳ୍ପ କୋଜୁଛି । ଏହି ରେସରେ ତିଲକ ବର୍ମାଙ୍କ ନାଁ ଆଗକୁ ଆସୁଛି ।

ରିପୋର୍ଟ ଅନୁସାରେ, ଟିମ୍ ଟପ୍ ୬ ପୋଜିସନ୍ ପାଇଁ ଶ୍ରେୟସଙ୍କ ବିକଳ୍ପ ଭାବେ ତିଲକ ବର୍ମାଙ୍କୁ ପ୍ରସ୍ତୁତ କରିବାକୁ ବିଚାର କରୁଛି । ବାମହାତୀ ବ୍ୟାଟର ହୋଇଥିବାରୁ ବର୍ତ୍ତମାନର ବ୍ୟାଟିଂ ଲାଇନ୍ ଅପରେ ସନ୍ତୁଳନ ରହିବ । କେବଳ ଏତିକି ନୁହେଁ ଦଳ ତାଙ୍କର ଅଫ୍ ସ୍ପିନକୁ ମଧ୍ୟ ବ୍ୟବହାର କରିବ । ଜରକାର ପଡିଲେ ସେ କିଛି ଓଭର ବୋଲିଂ ମଧ୍ୟ କରିପାରିବେ ।

Also Read :- ଚାରି ଆଡ଼ୁ ମାଡ଼ି ଆସୁଛି ୪ ବାତ୍ୟା : ଦୁଇଟି ବାତ୍ୟା ଏକାଠି ହୋଇଗଲେ, ଏବେ ରଚିବେ ପ୍ରଳୟ !

କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କୁ ଲାଗୁଛି ଯେ ମିଡିଲ ଅର୍ଡର ପାଇଁ ଏବେସୁଦ୍ଧା ଭଲ ବ୍ୟାକଅପ୍ ଖେଳାଳି ମିଳି ନାହାଁନ୍ତି । ଯାହାଙ୍କ ଉପରେ ବଡ଼ ଟୁର୍ଣ୍ଣାମେଣ୍ଟରେ ଭରସା କରିହେବ । ନୀତିଶ କୁମାର ରେଡ୍ଡି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେଶ୍ ଜନିତ ସମସ୍ୟାରେ ସାମ୍ନା କରୁଛନ୍ତି । ଗତ କଛି ମାସ ହେଲା ପ୍ଲେଇଂ ଇଲେଭେନରେ ସନ୍ତୁଳନ ପାଇଁ ଅକ୍ଷର ପଟେଲ କିମ୍ବା ଓ୍ୱାଶିଂଟନ ସୁନ୍ଦରଙ୍କୁ ପ୍ରଥମେ ପଠାଯାଉଛି । ଏପରି ଆଉ ବାରମ୍ବାର ରିସ୍କ ନେବାକୁ ଦଳ ଚାହୁଁନି ।

ଭାରତୀୟ ଦଳରେ ଏବେ ବ୍ୟାଟରଙ୍କ ସଂଖ୍ୟା ଖୁବ୍ ବେଶି । ତିଲକ ଦଳରେ ସାମିଲ ହେଲେ ବିରୋଧୀ ଦଳ ଚାପରେ ରହିବେ । ବିପକ୍ଷ ଦଳର ରଣନୀତି ଭୁଲ୍ ହୋଇଯିବ । ତାଙ୍କର ଅଫସ୍ପିନ୍ କୁ ଦଳ ଭଲ ଭାବେ ବ୍ୟବହାର କରିପାରିଲେ ସେ ୪ ଓଭର ବୋଲିଂ କରିପାରିବେ ।

ଗତବର୍ଷ କିଛି ମ୍ୟାଚରେ ଋତୁରାଜ ଗାଏକଓ୍ୱାଡଙ୍କୁ ୪ ନମ୍ବରରେ ଖେଳିବାକୁ ସୁଯୋଗ ମିଳିଥିଲା । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାୟପୁରରେ ଶତକ ଲଗାଇଥିଲେ । ଏହାପରେ ସେ ଆଉ ଦିନିକିଆରେ ନଜର ଆସିନଥିଲେ । ଯଦି କେଉଁ ଖେଳାଳି ଓପନିଂରେ ଖରାପ ପ୍ରଦର୍ଶନ କରିବେ ତାହାଲେ ଗାଏକଓ୍ୱାଡଙ୍କୁ ବ୍ୟାକଅପ୍ ଭାବେ ପ୍ରସ୍ତୁତ କରାଯିବ । ତେଣୁ ଦେବଦତ୍ତ ପାଡିକଲଙ୍କୁ ମଧ୍ୟ ଦଳ ଦିନିକିଆରେ ନେବାକୁ ବିଚାର କରୁଥିବା ତର୍ଚ୍ଚା ହେଉଛି ।