ଭଦ୍ରକ ୨୪।୦୫ : ଥମୁନି ଧଳାଜହର କାରବାର । ସହର ଛାଡ଼ି ଏବେ ଗାଁ ମୁହାଁ ଧଳଜହର ବେପାରୀ । ଗାଁ ଗାଁ ବୁଲି ପହଞ୍ଚାଉଛନ୍ତି ବ୍ରାଉନ୍‌ ସୁଗାର । ଏମିତି କି ଏବେ ମହିଳାମେନ ମଧ୍ୟ ଏହି ବେପାରରେ ସାମିଲ ହେଉଛନ୍ତି । ଏମିତି ଏକ ଟିମ୍‌କୁ ଠାବ କରି ମାଡ଼ିବସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ପୋଲିସ । ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନସୁାର ଜବତ କରିବା ସହ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ  ଅଭିଯୁକ୍ତମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚାରିଘରିଆ ଅଞ୍ଚଳର ଗୀତାରାଣୀ ବେହେରା , ବାସୁଦେବପୁର ଥାନା ଅଧିନ ଉରୁଣିଆ ଗାଁର ମନୋଜ କୁମାର ଦାସ ଓ ଶି ସୁତାର ବୋଲି ପୋଲିସ ସୂଚନା ଦେଇଛି । କୌଣସି ସୁତ୍ରରୁ ଖବର ପାଇ ତିହିଡି ପୋଲିସ ନୟାନନ୍ଦ ଗାଁର ରାସ୍ତାରେ ଚଢାଉ କରିଥିଲା । ଘଟଣାରେ ପୋଲିସ ତିନୋଟି  ମୋବାଇଲ ସହିତ ଏକ ବାଇକ ମଧ୍ୟ ଜବତ କରିଛି । ଗିରଫ ମହିଳାଙ୍କ ନାମରେ ପୂର୍ବରୁ ନିଶା କାରବାରରେ ସଂପୃକ୍ତି ରହିଛି । ଏପିରିକି ତାଙ୍କ ନାମରେ ଅନେକ ମାମଲା ଥିବା ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି ।

Also Read:-ଅଜବ ଘଟଣା : ଗାତରେ ପଶିଲେ, ଧର୍ମକୁ ଫେରିବା ପାଇଁ କୁଆଁ କୁଆଁ କାନ୍ଦି ନୂଆ ଜନ୍ମ ନେଲେ..