ଉଦଳା ୨୪।୦୫ : ଵିଲ ଭିତର ଗାତରେ ପଶିଲେ । କୁଆଁ କୁଆଁ କାନ୍ଦି ଗାତରୁ ବାହାରି ନୂଆ ଜନ୍ମ ନେଲେ। ନୂଆ ଜନ୍ମ ନେବା ପରେ ଫେରିଲେ ନିଜ ଧର୍ମକୁ। ସାନ୍ତାଳୀ ସମ୍ପ୍ରଦାୟରେ ଧର୍ମକୁ ଫେରିବା ପାଇଁ ଦେଖିବାକୁ ମିଳିଛି ଏଭଳି ପରମ୍ପରା। ଧର୍ମ ପରିବର୍ତ୍ତନ କରିଥିବା ପରିବାର ଏବେ ଧର୍ମକୁ ଫେରିବା ପରେ ଏମିତି ହୋଇଛି ତାଙ୍କର ପୁନଜନ୍ମ।

ମୟୂରଭଂଜ ଖୁଣ୍ଟା ବ୍ଲକ ଡୁଙ୍ଗୁରୁଡ଼ିହି ଗାଁର ଲେମ୍ବୁ ହାଁସଦାଙ୍କ ପରିବାର ୫ ବର୍ଷ ପୂର୍ବରୁ ଅନ୍ୟ ଧର୍ମକୁ ଯାଇଥିଲେ। ଘରୋଇ ସମସ୍ୟା, ରୋଗବ୍ୟାଧି ଆଦି ଦୂର ହେବାର ସ୍ବପ୍ନ ଦେଖାଇ ଅନ୍ୟ ଧର୍ମର ଲୋକେ ଲେମ୍ବୁ ଙ୍କୁ ଧର୍ମ ପରିବର୍ତ୍ତନ କରାଇଥିଲେ। ହେଲେ ତାହା ମିଛ ବୋଲି ଜାଣିବା ପରେ ପୁରା ପରିବାର ଏବେ ନିଜ ମୂଳ ଧର୍ମକୁ ଫେରିଛନ୍ତି। ଯେଉଁଥିପାଇଁ ତାଙ୍କୁ ନେବାକୁ ପଡିଛି ନୂଆ ଜନ୍ମ। ସାନ୍ତାଳୀ ସମ୍ପ୍ରଦାୟ ପରମ୍ପରା ଅନୁସାରେ ଧର୍ମକୁ ଫେରିବା ପାଇଁ ତାଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡିଛି।

Also Read:-ସେଲ୍‌ଫି ନେବା ହେଲା କାଳ, ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ

ଵିଲ ହିଡ଼ ଭିତରେ ପଶିବା ସହିତ ସେଠାରୁ କାନ୍ଦି କାନ୍ଦି କୁଆଁ କୁଆଁ ଶବ୍ଦ କରି ବାହାରିଲେ ସପରିବାର। ତାପରେ ସେମାନଙ୍କ ନାଭି କଟା ଯାଇ ତାଙ୍କୁ ଘରକୁ ନିଆଯାଇଥିଲା। ସେଠାରେ ଘର ଚାଳକୁ ଗ୍ରାମବାସୀ ବାଡେଇବା ପରେ ପୁରା ପରିବାର ଘର ଭିତରେ ପଶିଥିଲେ। ତା ପରେ ଘରେ ନାଭିକୁ ପୋତି ଦିଆଯାଇଥିଲା। ପରେ ପୁରା ପରିବାରର ଏକୋଇଶିଆ ହୋଇଥିଲା। ସମସ୍ତଙ୍କୁ ପବିତ୍ର ଲେପ ଛିଟା ଯାଇ ଧର୍ମକୁ ଫେରାଇ ଅଣାଯାଇଥିଲା। ଏହା ପରେ ଧର୍ମକୁ ଫେରିଥିବା ଲେମ୍ବୁଙ୍କ ପରିବାର ପକ୍ଷରୁ ଭୋଜି ଭାତର ଆୟୋଜନ କରାଯିବା ସହିତ ୩ ଗୋଟି ହାଣ୍ଡିଆ ହାଣ୍ଡି ଦିଆଯାଇଥିଲା। ଯାହା ପରେ ସେ ନିଜ ସାନ୍ତାଳୀ ସମ୍ପ୍ରଦାୟ ଵା ସାରନ୍ନା ଧର୍ମକୁ ଫେରିଛନ୍ତି।

Watch Video:-

​​​​​​​