ବେଙ୍ଗାଲୁରୁ ୦୩।୦୩ : କନ୍ନଡ ଇଣ୍ଟଷ୍ଟ୍ରିରୁ ଆସିଛି ଚକିତ କଲା ଭଳି ଖବର । ଅଭିନେତ୍ରୀ ଉର୍ମିଳା ଓରଫ ବିନ୍ଦୁ ନିଜ ଲିଭ-ଇନ୍-ପାର୍ଟନରଙ୍କୁ ଅତି ନିର୍ମମ ଭାବେ କରିଥିବାର ଅଭିଯୋଗ ଆସିଛି । ପୋଲିସକୁ ଏହି ମାମଲାରେ ‘ଟ୍ରାଏଙ୍ଗଲ ମର୍ଡର ମିଷ୍ଟ୍ରି’ ର ଲିଙ୍କ୍ ମିଳିଛି । ଏହାସହିତ ପ୍ରେମିକ ସମେତ ତିନି ଜଣଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ, ମୃତକ ମୋହନ ରାଓ । ସେ ଏକ ଛୋଟ ଫାଇନାନ୍ସ ବ୍ୟବସାୟ କରୁଥିଲେ । ମୋହନ ରାଓ ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲେ । ଏହି ସମୟ ମଧ୍ୟରେ ସେ ଅଭିନେତ୍ରୀ ବିନ୍ଦୁଙ୍କ ସହିତ ସଂପର୍କରେ ଆସିଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା । ଏହାପେର ଉଭୟ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ବିନ୍ଦୁ ମଧ୍ୟ ନିଜ ସ୍ୱାମୀଙ୍କ ଛାଡ଼ି ସାରିଥିଲେ । ଦୁଇ ମାସ ଯାଏଁ ଉଭୟ ଏକ ଘର ଭଡ଼ାରେ ନେଇ ରହୁଥିଲେ । କିନ୍ତୁ ଏ ସଂପର୍କ ମଧ୍ୟରେ ବିନ୍ଦୁ ନିଜର ପୁରୁଣା ପ୍ରେମିକର ସଂପର୍କରେ ଆସିଥିଲା । ଯାହାପରେ ବିନ୍ଦୁ ମୋହନକୁ ଛାଡ଼ି ବିନୟ ସହିତ ରହିଥିଲା ଏବଂ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ।  ୧୮ ଫେବୃଆରୀ ରାତିରେ ବିନ୍ଦୁ ଓ ମୋହନ ଘରେ ଏକ ପାର୍ଟି ରଖିଥିଲେ । ଯେଉଁଥିରେ ବିନ୍ଦୁ ନିଜର ନୂଆ ପ୍ରେମିକ ବିନୟ ଏବଂ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲା । ପାର୍ଟିରେ ସମସ୍ତେ ପ୍ରଚୂର ପରିମାଣର ମଦ ପିଇଥିଲେ । ଏହି ସମୟରେ ହଠାତ୍‌ ବିନୟ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ଅତି ନିର୍ମମ ଭାବେ ସମସ୍ତେ ମିଶି ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଘରେ ତାଲା ପକାଇ ଚମ୍ପଟ ମାରିଥିଲେ ।

ସେପଟେ ଏକ ଘର ଭିତରେ ଅନେକ ଦିନ ମୃତଦେହ ପଡିରହିଥିଲା । ଘର ବନ୍ଦ ରହିଥିବାରୁ ଦୁର୍ଗନ୍ଧ ହୋଇଥିଲା । ପଡୋଶୀ ଲୋକେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର କବାଟ ଖୋଲିବା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଶେଷରେ ପୋଲିସ ଘଟଣାରେ ତଦନ୍ତ କରି ଅଭିନେତ୍ରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ।