ନୂଆଦିଲ୍ଲୀ: ଦିଲ୍ଲୀର କମାନି ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମାରୋହ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ଟି ମାନ୍ୟତାପ୍ରାପ୍ତ ଭାରତୀୟ ଭାଷାରେ ପୁରସ୍କାର ଦିଆଯାଇଛି। ଓଡ଼ିଆ ଭାଷାରେ କବିତା ସଂକଳନ ‘ପାଦ ପୂରଣ’ ପାଇଁ ବିଶିଷ୍ଟ କବି, ଲେଖକ ତଥା ପ୍ରକାଶକ ଗିରିଜା କୁମାର ବଳିୟାରସିଂହ ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୨୫ ମସିହା ପାଇଁ ୮ଟି କବିତା ସଂକଳନ, ୪ଟି ଉପନ୍ୟାସ, ୬ଟି କ୍ଷୁଦ୍ରଗଳ୍ପ ସଂକଳନ, ୨ଟି ପ୍ରବନ୍ଧ, ୧ଟି ସାହିତ୍ୟ ସମାଲୋଚନା, ଗୋଟିଏ ଆତ୍ମକଥା ଏବଂ ୨ଟି ସ୍ମୃତିକଥାକୁ ପୁରସ୍କୃତ କରାଯାଇଛି।

Also Read: ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୋଆକୁ ସମ୍ମାନ, SOA କୁଳପତି ମଧ୍ୟ ହେଲେ ସମ୍ବର୍ଦ୍ଧିତ

Updating...