ମୁମ୍ଵାଇ ୨୧।୦୩; ଦକ୍ଷିଣ ତାରକା ଥାଲାପତି ବିଜୟ। ତାଙ୍କ ଫିଲ୍ମ କ୍ୟାରିୟର ପରେ ତାମିଲ ରାଜନୀତିରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ତାଙ୍କ ନାମ ସବୁଠି ଚର୍ଚ୍ଚାରେ ରହିଛି। ଏହି ଆଲୋଚନା ଫିଲ୍ମ, ରାଜନୀତି କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ତାମିଲନାଡୁ ନିର୍ବାଚନ ପୂର୍ବରୁ ତାଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଛାଡ଼ପତ୍ରର ଗୁଜବ ମଧ୍ୟରେ ତାଙ୍କ ନାମ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ଯୋଡା ଯାଉଛି। କିନ୍ତୁ ଏବେ କୁହାଯାଉଛି କି ଯାହା ଆଲୋଚନା ହେଉଥିଲା ତାହା ସତ ହେବାକୁ ଯାଉଛି। ଆଉ ଥରେ ବିବାହ କରିବେ ସାଉଥ୍ ସୁପରଷ୍ଟାର ତଥା TVK ଦଳର ମୁଖ୍ୟ ବିଜୟ ଥାଲାପତି । ପୁଣି ତାଙ୍କ ଠାରୁ ୯ ବର୍ଷ ସାନ ଅଭିନେତ୍ରୀ ତୃଷା କୃଷ୍ଣନଙ୍କୁ । ନିର୍ବାଚନ ପରେ ଦୁହିଁଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ବିଜୟଙ୍କ ମା’ ବି ସ୍ବୀକୃତି ଦେଇଥିବା ଜଣାପଡ଼ିଛି ।

ବିବାହ ଗୁଜବ କାହିଁକି ଉଠିଲା?

ବିବାହିତ ଥାଲାପତି ବିଜୟ ଏବଂ ତ୍ରିଶାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସେମାନଙ୍କ ଫିଲ୍ମ "ଲିଓ" ପରେ ଆରମ୍ଭ ହୋଇଥିଲା। ଫିଲ୍ମ ପରେ, ସେମାନେ ସୋସିଆଲ ମିଡିଆରେ, ସାର୍ବଜନୀନ କାର୍ଯ୍ୟକ୍ରମରେ ଏବଂ ସେଲିବ୍ରିଟି ବିବାହରେ ଏକାଠି ଦେଖାଯିବା ଆରମ୍ଭ କରିଥିଲେ। ଏହା ଡେଟିଂ ଗୁଜବକୁ ଖୋରାକ ଯୋଗାଇଥିଲା। ବିଜୟଙ୍କ ପରି, ତ୍ରିଶାଙ୍କର ମଧ୍ୟ ରାଜନୀତିରେ ଗଭୀର ଆଗ୍ରହ ଅଛି। ଯାହା ସେମାନଙ୍କ ବନ୍ଧନକୁ ମଜବୁତ କରୁଛି।

Also Read- ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିନେତା ବିଜୟ-ତ୍ରିଶା କୃଷ୍ଣନ, ଭିଡିଓ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ...

ଥାଲାପତି ବିଜୟଙ୍କ ପତ୍ନୀ ସଙ୍ଗୀତା ଅଭିନେତାଙ୍କ ଉପରେ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ ଅଭିଯୋଗ ଆଣି ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ବିଜୟ ତାଙ୍କ ପତ୍ନୀଙ୍କୁ ଛାଡପତ୍ରରେ ୨୦୦ କୋଟି ଟଙ୍କାର ଭରଣପୋଷଣ ଦେବେ। ଅଭିନେତାଙ୍କ ଦ୍ୱିତୀୟ ବିବାହର ଗୁଜବ ନେଇ ସୋସିଆଲ ମିଡିଆ ଚର୍ଚ୍ଚାରେ ଅଛି। ଏକ ଭାଇରାଲ ରିଲ୍ ଦାବି କରିଛି ଯେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଉଭୟ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିବେ। ତ୍ରିଶାଙ୍କ ମାଆ ଉମା କୃଷ୍ଣନ ରିଲକୁ ଲାଇକ କରିବା ପରେ ଆହୁରି ଗସିପ ଆରମ୍ଭ ହୋଇଥିଲା।

ଗୋଟିଏ ପଟେ ବିଜୟଙ୍କ ପରିବାର ଭାଙ୍ଗିବାକୁ ବସିଲାଣି । ଅନୟପଟେ ତ୍ରିଷା ୧୧ ବର୍ଷ ପୂର୍ବରୁ ନିଜ ବିବାହ ଭାଙ୍ଗିଦେଇଥିଲେ । ଚେନ୍ନାଇର ବ୍ୟବସାୟୀ ବରୁଣ ମନିୟନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇସାରିଥିଲା। କିନ୍ତୁ ବରୁଣ ତାଙ୍କୁ ଅଭିନୟ ଛାଡ଼ିବାକୁ କହିଥିବାରୁ ତୃଷା ବିବାହ ପାଇଁ ମନା କରିଦେଇଥିଲେ । ବିବାହ କରିବାକୁ ମନା ନାହିଁ କିନ୍ତୁ କାହାରି ଚାପରେ ଜୀବନ ବଞ୍ଚିବାକୁ ଚାହାନ୍ତିନି ବୋଳି ଏକ ସାକ୍ଷାତକାରରେ କହିଥିଲେ ତ୍ରିଷା । ଏବେ ସମସ୍ତଙ୍କ ଅପେକ୍ଷା କେବେ ବିଜୟ ଓ ତୃଷା ନିଜ ସମ୍ପର୍କ ବାବଦରେ ଜଣାଇବେ । କାରଣ ଦୁହିଁଙ୍କ ଭିତରୁ କେହି ବି ଏଯାଏଁ ମୁହଁ ଖୋଲିନାହାନ୍ତି ।

Also Read-ବିଜୟ-ତ୍ରିଶାଙ୍କ ସପୋର୍ଟରେ ବାହାରିଲେ ବିକ୍ରମ ଭଟ୍ଟ, କହିଲେ-ସେମାନଙ୍କ ଭଲ ପାଇବାର ଅଧିକାର ଅଛି