କ୍ରାଇଷ୍ଟଚର୍ଚ୍ଚ: ଆଜି ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ହେଗଲେ ଓଭାଲ ମଇଦାନରେ ହେବାକୁ ଥିବା ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ମ୍ୟାଚ୍ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍ ଜିତି ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ।

ଆଜିର ମ୍ୟାଚ୍ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ଘଟିଛି। ବହୁ ସମୟ ଧରି ବେଞ୍ଚରେ ବସିଥିବା ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଇଶାନ କିଶନ ଆହତ ଥିବା କାରଣରୁ ବୈଭବଙ୍କୁ ଏହି ସୁଯୋଗ ମିଳିଛି। ଦ୍ରୁତ ବୋଲିଂ ବିଭାଗରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି। ମୟଙ୍କ ଯାଦବଙ୍କ ବଦଳରେ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିଛି।

ଭାରତୀୟ ଦଳ

ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂ ଓ ପ୍ରିନ୍ସ ଯାଦବ।

ନ୍ୟୁଜିଲାଣ୍ଡ ଦଳ

ଫିନ ଆଲେନ, ଟିମ୍ ସେଇଫର୍ଟ(ଓ୍ଵିକେଟ୍ କିପର), ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ବେଭନ ଜାକବ୍ସ, ମଚେଲ୍ ବ୍ରେସଓ୍ଵେଲ, ମିଚେଲ୍ ସାଣ୍ଟନର(ଅଧିନାୟକ), ମାଟ୍ ହେନରୀ, ଜାକବ ଡଫି, ଲୋକି ଫର୍ଗ୍ୟୁସନ