ମାଲକାନଗିରି ୨୬।୧୦ : ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମାଲକାଗିରି ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମାଲକାନଗିରି ଥାନାରେ ହରିଆଣା ପୋଲିସ ଅଟକ ରହିଥିବା ବେଳେ ଲୋକେ ଥାନା ଘେରାଉ କରି ହରିଆଣା ପୋଲିସକୁ ଗିରଫ କରିବା ଲାଗି ଦାବି କରିଛନ୍ତି ପରିବାର ଲୋକେ ।

ଖବର ଅନୁଯାୟୀ, ଗତରାତିରେ ହରିଆନା ପୋଲିସ ମାଲକାନଗିରି ଜିଲ୍ଲା mv 65 ଗାଁର ଜଣେ ଯୁବକଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଘରୁ ଉଠାଇ ଆଣିଥିଲା। ହୋଟେଲ ମାଲକାନଗିରି ଇନରେ ରଖିଥିବା ବେଳେ ଆଜି ସକାଳେ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ଏମଭି-65 ଗ୍ରାମର ତନୁପ ଦେ । ହରିଆଣାର ହଂସି ଥାନା ପୋଲିସ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାଲକାନଗିରି ଥାନାରେ ହରିଆଣା ପୋଲିସ ଅଟକ ରହିଥିବା ବେଳେ ଲୋକେ ଥାନା ଘେରାଉ କରିଛନ୍ତି। ହରିଆଣା ପୋଲିସକୁ ଗିରଫ କରିବା ଲାଗି ଦାବି କରିଛନ୍ତି ଲୋକେ।

Also Read:-TPCODL preparedness: ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି TPCODLର ବ୍ୟାପକ ପ୍ରସ୍ତୁତି, ବିଦ୍ୟୁତ୍ ବିଭ୍ରାଟ ହେଲେ ଡାଏଲ୍ କରନ୍ତୁ ୧୯୧୨