ରାଉରକେଲା: ପୁଳା ପୁଳା ଟଙ୍କା ସହ ଧରାପଡ଼ିଛନ୍ତି ତହସିଲଦାର ବାବୁ। କେଉଁଠୁ ଆସିଲା ? କେମିତି ଆସିଲା ଜାଣିବାକୁ ଏବେ ରେଡ୍ କରୁଛି ଭିଜିଲାନ୍ସ। ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ମୁରଲୀଧର ଉରମାଲ।

ସୂଚନା ଅନୁସାରେ, ସନ୍ଧ୍ୟାରେ ତହସିଲଦାର ତାଙ୍କ ଲାଠିକଟା କାର୍ଯ୍ୟାଳୟର ସରକାରୀ କାର ଯୋଗେ ରାଉରକେଲା ସିଭିଲ ଟାଉନସିପରେ ଥିବା ସରକାରୀ କ୍ବାର୍ଟର୍ସ ନମ୍ବର F/43କୁ ଫେରୁଥିଲେ। ହେଲେ ବାଟରେ ତାଙ୍କୁ ଭିଜିଲାନ୍ସ ଅଟକାଇବା ସହ ଗାଡ଼ିକୁ ଯାଞ୍ଚ କରିଥିଲା। ଯେଉଁଥିରେ ରାଉରକେଲା ଭିଜିଲାନ୍ସ ଟିମ୍‌କୁ ଗାଡ଼ିରୁ ନଗଦ ପାଞ୍ଚ ଲକ୍ଷ ଟଙ୍କା ମିଳିଛି।

Also Read: ଲାଞ୍ଚ ନଦେଲେ ଅବସର କାଗଜ ପଠାଇଦେବାକୁ ଧମକ ! ୨୦ ହଜାର ନେବାବେଳେ BPM ଗିରଫ

ତେବେ ଏହା ପରେ ତହସିଲଦାରଙ୍କୁ ହେପାଜତକୁ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖିଥିବା ବେଳେ ଲାଠିକଟା ତହସିଲ କାର୍ଯ୍ୟାଳୟ, ପୈତୃକ ଗାଁ ସୁନ୍ଦରଗଡ଼ କରମ ଡିହି ସହ ରାଉରକେଲା ସିଭିଲ ଟାଉନସିପରେ ଥିବା ସରକାରୀ ବାସଭବନ ଚାଲିଛି ରେଡ୍ । ତହସିଲଦାର ମୁରଲୀଧରଙ୍କ ବିରୋଧରେ ପୂର୍ବରୁ ଅନେକ ଦୁର୍ନୀତି ଅଭିଯୋଗ ରହିଥିଲା।