ପାରାଦୀପ ୨୦।୮: ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲର ବିପିଏମ୍ ମନୋଜ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଜଣେ ଆଶା କର୍ମୀଙ୍କ ଆଧାର ଓ ସାର୍ଟିଫିକେଟରେ ଜନ୍ମ ତାରିଖ ମେଳ ଖାଉ ନଥିଲା । ଆଧାର କାର୍ଡ ଅନୁଯାୟୀ ସାର୍ଟିଫିକେଟର ଜନ୍ମ ତାରିଖ ଦୁଇ ବର୍ଷ କମ୍ ଥିଲା ।

ନିୟମ ଅନୁଯାୟୀ ସାର୍ଟିଫିକେଟରେ ଥିବା ଜନ୍ମ ତାରିଖ ହିସାବରେ ଚାକିରିରୁ ଅବସର ନେବା କଥା ଏବଂ ଆଧାରରେ ଜନ୍ମ ତାରିଖ ବଦଳାଇବା କଥା । ମାତ୍ର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ବିପିଏମ ୨୦ ହଜାର ନ ଦେଲେ ଆଧାର କାର୍ଡ ଅନୁଯାୟୀ ଅବସରର କାଗଜ ପଠାଇ ଦେବେ ବୋଲି ଆଶା ଦିଦିଙ୍କୁ ଧମକ ଦେଉଥିଲେ ।

Also Read:- ବନ୍ୟା ନେଇ ବଡ଼ ଅପଡେଟ୍ ; ସୁବର୍ଣ୍ଣରେଖାରେ ବନ୍ୟା କମୁଛି, ବୈତରଣୀ ବି ସୁଧୁରୁଛି

ଏ ନେଇ ଫତେପୁରର ଆଶା ଦିଦି ରିନା ଲେଙ୍କା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଆଶା ଦିଦିଙ୍କ ଠାରୁ ୨୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ବିପିଏମ୍ ମନୋଜ ନାୟକଙ୍କୁ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଗିରଫ କରିଛି ।

Watch Video: