ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ଆଉ ଏକ ରୋମାଞ୍ଚକର ସିଜିନ୍ ସଫଳତାର ସହ ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଚାମ୍ପିଅନ୍ ଆଖ୍ୟା ବଜାୟ ରଖିବାରେ ସଫଳ ହେବା ସହ କ୍ରମାଗତ ଦ୍ଵିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ନିଜ ନାଁରେ କରିଛି। ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖି ସିଜିନରେ ସର୍ବାଧିକ ରନ୍ ସଂଗ୍ରହ କରିବା ସହ ଫାଇନାଲରେ ଅପରାଜିତ ୭୫ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି।

ଆଇପିଏଲ୍ ମଇଦାନରେ କୋହଲି ଏବଂ ଅନ୍ୟ ଖେଳାଳିମାନେ ନିଜର ଜଲୱା ଦେଖାଇବା ପରେ, ଏବେ ସମୟ ଆସିଛି ଆନ୍ତର୍ଜାତୀୟ କ୍ରିକେଟର। ବହୁତ ଶୀଘ୍ର ବିରାଟଙ୍କ ସମେତ ଟିମ୍ ଇଣ୍ଡିଆର ସମସ୍ତ ତାରକା ଖେଳାଳି ନୀଳ ଜର୍ସିରେ ମଇଦାନକୁ ଓହ୍ଲାଇବେ। ମେ’ ୩୧ରେ ଆଇପିଏଲ୍ ଶେଷ ହେବାର ମାତ୍ର କିଛି ଦିନ ଭିତରେ ହିଁ ଅଧିନାୟକ ଶୁଭମନ ଗିଲଙ୍କ ସହ ଅନ୍ୟ ଖେଳାଳିମାନେ ଦେଶ ପାଇଁ ଦମ ଦେଖାଇବାକୁ ପ୍ରସ୍ତୁତ ହୋଇଗଲେଣି। ଆସନ୍ତା ଜୁନ୍ ୬ ତାରିଖରୁ ଭାରତର ଆନ୍ତର୍ଜାତୀୟ କ୍ରିକେଟ୍ ସିଜିନ୍ ଆରମ୍ଭ ହେବାକୁ ଯାଉଛି।

Also Read: ‘ପିଙ୍କ୍ ବଲ୍’ ଟ୍ରାୟଲକୁ ମଞ୍ଜୁରି, କୋଚ୍ଙ୍କୁ କ୍ଷମତା; ICC ବୈଠକରେ ଏହି ଦେଶର କ୍ରିକେଟ୍ ବୋର୍ଡ ନିଲମ୍ୱିତ

ନ୍ୟୁ ଚଣ୍ଡିଗଡ଼ରୁ ଆରମ୍ଭ ହେବ ମିଶନ

ଜୁନ୍ ୬ରୁ ନ୍ୟୁ ଚଣ୍ଡିଗଡ଼ ମଇଦାନରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହାପରେ ଭାରତୀୟ ଦଳର ଅନବରତ କ୍ରିକେଟ୍ ସୂଚୀ ରହିଛି, ଯେଉଁଥିରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ୍ ସହ ଏସିଆନ ଗେମ୍ସ ୨୦୨୬ ମଧ୍ୟ ସାମିଲ ଅଛି। ଏସିଆନ ଗେମ୍ସ ପାଇଁ ଭାରତର ଏକ ଯୁବ ଦଳ ଜାପାନ ଗସ୍ତ କରିବ।

ଆସନ୍ତୁ ନଜର ପକାଇବା ଟିମ୍ ଇଣ୍ଡିଆର ଆଗାମୀ ସମ୍ପୂର୍ଣ୍ଣ ଆନ୍ତର୍ଜାତୀୟ ସୂଚୀ ଉପରେ

ଜୁନ୍ ୨୦୨୬

୬-୧୦ ଜୁନ୍: ଭାରତ ବନାମ ଆଫଗାନିସ୍ତାନ (ଏକମାତ୍ର ଟେଷ୍ଟ ମ୍ୟାଚ୍)

୧୩-୨୦ ଜୁନ୍: ଭାରତ ବନାମ ଆଫଗାନିସ୍ତାନ (୩ଟି ଦିନିକିଆ ମ୍ୟାଚ୍)

୨୬-୨୯ ଜୁନ୍: ଭାରତର ଆୟରଲ୍ୟାଣ୍ଡ ଗସ୍ତ (୨ଟି ଟି-୨୦ ମ୍ୟାଚ୍)

Also Read: ମିଳିଗଲା FIFA World Cup ୨୦୨୬ର ଭାରତୀୟ ବ୍ରଡକାଷ୍ଟର, ଏହି ନୂଆ ସ୍ପୋର୍ଟସ ଚ୍ୟାନେଲରେ ହେବ ସିଧାପ୍ରସାରଣ

ଜୁଲାଇ ୨୦୨୬

୧-୧୧ ଜୁଲାଇ: ଭାରତର ଇଂଲଣ୍ଡ ଗସ୍ତ (୫ଟି ଟି-୨୦ ମ୍ୟାଚ୍)

୧୪-୧୯ ଜୁଲାଇ: ଭାରତର ଇଂଲଣ୍ଡ ଗସ୍ତ (୩ଟି ଦିନିକିଆ ମ୍ୟାଚ୍)

୨୩-୨୬ ଜୁଲାଇ: ଭାରତର ଜିମ୍ବାୱେ ଗସ୍ତ (୩ଟି ଟି-୨୦ ମ୍ୟାଚ୍)

ଅଗଷ୍ଟ ୨୦୨୬

ଭାରତର ଶ୍ରୀଲଙ୍କା ଗସ୍ତ: (୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍) – ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

Also Read: ସଫଳ ଆଇଡିଆରୁ ବିବାଦ, ଶେଷରେ ପଳାତକ ! ଆଇପିଏଲ୍ ଆରମ୍ଭ କରିଥିବା ବ୍ୟକ୍ତିଙ୍କ କଳା ରହସ୍ୟ !

ସେପ୍ଟେମ୍ବର ଏବଂ ଅକ୍ଟୋବର ୨୦୨୬

୧୭ ସେପ୍ଟେମ୍ବର - ୩ ଅକ୍ଟୋବର: ଏସିଆନ ଗେମ୍ସ ୨୦୨୬, ଜାପାନ (ଟି-୨୦ ଫର୍ମାଟ୍)

୨ ୭ରୁ ୩ ଅକ୍ଟୋବର: ଭାରତ ବନାମ ୱେଷ୍ଟଇଣ୍ଡିଜ୍ (୩ଟି ଦିନିକିଆ ମ୍ୟାଚ୍)

୬-୧୭ ଅକ୍ଟୋବର: ଭାରତ ବନାମ ୱେଷ୍ଟଇଣ୍ଡିଜ୍ (୫ଟି ଟି-୨୦ ମ୍ୟାଚ୍)

ଅକ୍ଟୋବରରୁ ଡିସେମ୍ବର ୨୦୨୬

୨୨ ଅକ୍ଟୋବର – ଡିସେମ୍ବର: ଭାରତର ନ୍ୟୁଜିଲାଣ୍ଡ ଗସ୍ତ (୨ଟି ଟେଷ୍ଟ, ୫ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍)

ଆଗାମୀ କିଛି ମାସ ଧରି କ୍ରିକେଟ ପ୍ରେମୀମାନଙ୍କୁ ଭରପୂର ମନୋରଞ୍ଜନ ମିଳିବାକୁ ଯାଉଛି, କାରଣ ଟିମ୍ ଇଣ୍ଡିଆ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିଜର ଦମ୍ ଦେଖାଇବା ପାଇଁ ପୂରା ପ୍ରସ୍ତୁତ।