ଚାନ୍ଦବାଲି ୦୪।୦୮ : ସାର ହାତରେ ଦେଶରେ ଭବିଷ୍ୟତ । କୁନି କୁନି ପିଲାମାନଙ୍କୁ ଗଢିତୋଳିବେ କରି ଦେଶର ଭବିଷ୍ୟତ । କିନ୍ତୁ ଏଠାରେ ଘଟଣାଟି ପୁରା ଅଲଗା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ଚନ୍ଦନପୁର ପ୍ରାଥମିକ ସ୍କୁଲରୁ ଆସିଛି ଅଜବ ଘଟଣା । ଯେଉଁଠି ଜଣେ ସାର୍ ନିଦରେ ଶୋଇଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭଦ୍ରକ ଜିଲ୍ଲାର ଚନ୍ଦନପୁର ପ୍ରାଥମିକ ସ୍କୁଲ । ଯେଉଁଠି ଜଣେ ଶିକ୍ଷକଭାବେ ଦାୟିତ୍ୱ ତୁଲାନ୍ତି ଗଣେଷ ପ୍ରସାଦ ଦାସ । ପିଲାଙ୍କ ଭବିଷ୍ୟତ ଗଢିବା ଥାଏ ସାର୍ଙ୍କ ହାତରେ । ହେଲେ ଏଠାରେ ଓଲଟି ଚିତ୍ର । ଶ୍ରେଣୀରେ ପିଲାଏ ବସିଛନ୍ତି ତଳେ, ସାର୍ ବସିଛନ୍ତି ଚେୟାରରେ । ଚେୟାରରେ ବସି ପିଲାଙ୍କୁ ପଠା ପଢାଇବା ବଦଳରେ ପୁରା ନିଦ୍ରାରେ ସାର୍ । ଖାଲ୍ ନିଦ୍ରା ନୁହେଁ ମଝିରେ ମଝିରେ ସାର୍ ଟିକିଏ ଘୁଙ୍ଗୁଡି ମଧ୍ୟ ମାରୁଛନ୍ତି ।

Also Read:-ଦେଶର ପ୍ରମୁଖ କମ୍ପାନୀ 'Dabur'କୁ FSSAI ର ଛାଟ, '100% ଶୁଦ୍ଧ ' ଓ 'ଅର୍ଗାନିକ୍' ଦାବି କରି ଅଡୁଆରେ କମ୍ପାନୀ

ତେବେ ଏଠି ପ୍ରଶ୍ନ ଉଠୁଛି । କୁନିକୁନି ପିଲାଙ୍କ ପାଠ ପଢା ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଡ୍ରେସ୍ ଓ ଜୋତା ପର୍ଯ୍ୟନ୍ତ ସବୁ ମାଗଣାରେ ପ୍ରଦାନ କରୁଛନ୍ତି । ହେଲେ ଏଠି ସାର୍ଙ୍କ ଅବସ୍ଥା ଏପରି । ସ୍କୁଲ ଶିକ୍ଷକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଉଠିଛି ।