ଭୁବନେଶ୍ୱର ୨୯।୦୩ : ଭିଜିଲାନ୍ସ ଜାଲରେ RI । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।

ଖବର ଅନୁଯାୟୀ, ଟାଙ୍ଗୀ-ଚୌଦ୍ୱାରା ରାଜସ୍ୱ ନୀରିକ୍ଷଣ ରାଜାରାମ ବିନ୍ଦ୍ରା ଏକ ପତିତ ଜମିକୁ ଘରବାରୀ କରିବାକୁ ଲାଞ୍ଚ ନେଉଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଦାବି ମୁତାବିକ ୩୦ ହଜାର ଟଙ୍କାର ଲାଞ୍ଚ ନେଉଥିଲେ । ଠିକ୍ ଏହି ସମୟରେ ପୂର୍ବ ସୂଚନା ଆଧାରରେ ଚଢାଉ କରିଥିଲେ ଭିଜିଲାନ୍ସ । ଆଉ ଟଙ୍କା ନେବା ସମୟରେ ଆରଆଇଙ୍କ ଧରିଥିଲା । ଏହାସହ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ।

Also Read:-ଡେଡ୍‌ଲାଇନ୍‌ ସରିବାକୁ ଆଉ ୨ ଦିନ, ସରେଣ୍ଡର କର..ନହେଲେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ

ସେହିପରି ଆର୍ଆଇଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ରହିଛି । କୁଆଡେ ଲାଞ୍ଚ ବାବଦରେ ଦେବାକୁ ଥିବା ଟଙ୍କାକୁ ନେଇ ଧମକ ଚମକ ଦେଇଥିଲେ । ପୋଲିସ ଏବଂ ଭିଜିଲାନ୍ସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ପୋଲିସ ତଦନ୍ତ କି ସତ ପଦାକୁ ଆସୁଛି ।