ନୂଆଦିଲ୍ଲୀ: ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସିଡନୀ ସ୍ୱିନୀ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏଥର ସେ କୌଣସି ଭଲ କାମ ପାଇଁ ଚର୍ଚ୍ଚାକୁ ଆସି ନାହାନ୍ତି ବରଂ ଏକ ସ୍ପୋର୍ଟସ୍ ପ୍ରେଡିକ୍ସନ୍ କମ୍ପାନୀ 'ନୋଭିଗ୍' ପାଇଁ ସେ କରିଥିବା ଏକ ନୂଆ ବିଜ୍ଞାପନକୁ ନେଇ ବିବାଦ ଘନେଇଛି। ବର୍ତ୍ତମାନ ସାରା ବିଶ୍ୱରେ ଏହି ବିଜ୍ଞାପନ ବିରୋଧରେ ସ୍ୱର ଉଠିଛି। ବିଜ୍ଞାପନରେ ମହିଳା ଆଥଲେଟମାନଙ୍କୁ ଯୌନ ଆକର୍ଷଣର ବସ୍ତୁ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ଅନେକ ଅଲିମ୍ପିଆନ୍ ଓ ଆନ୍ତର୍ଜାତୀୟ ମହିଳା କ୍ରୀଡ଼ାବିତ୍ ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।

ବିଜ୍ଞାପନରେ କ’ଣ ରହିଛି ?

ଉକ୍ତ ବିଜ୍ଞାପନ ଭିଡିଓରେ ସିଡନୀ ସ୍ୱିନୀ ଅର୍ଦ୍ଧନଗ୍ନ ଓ ଆପତ୍ତିଜନକ ପୋଷାକରେ ବାସ୍କେଟବଲ୍, ଫୁଟବଲ୍, ଏବଂ ଶୋଲ୍ଡର୍ ପ୍ୟାଡ୍ ଭଳି କ୍ରୀଡ଼ା ସାମଗ୍ରୀ ସହ ନଜର ଆସିଛନ୍ତି। ଭିଡିଓରେ ସେ ବାରମ୍ବାର 'ସ୍ପୋର୍ଟସ୍' ଶବ୍ଦ ବ୍ୟବହାର କରିବା ସହ ଏକ ପୁଲ୍ ଟେବୁଲ୍ ଉପରେ ସେମି-ନ୍ୟୁଡ୍ ହୋଇ ବସି କହୁଛନ୍ତି "ଆପଣ ଏହାକୁ ଟ୍ରେଡ୍ କରିପାରିବେ ନାହିଁ, ମୁଁ କେବଳ ଏଠାରେ ସୁନ୍ଦର ଦେଖାଯାଉଛି।

Also Read: ଗଙ୍ଗା ସ୍ନାନ କରୁଥିବା ମହିଳାଙ୍କ ସେମି ନ୍ୟୁଡ ଭିଡିଓ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ, ପ୍ରକୃତ ଘଟଣା କ'ଣ ?

ସୋସିଆଲ ମିଡିଆରେ ଜବାବ ଦେଲେ ମହିଳା ଆଥଲେଟ୍

ମହିଳା କ୍ରୀଡ଼ାକୁ ଏପରି ଭାବେ ଯୌନ ଶୋଷଣ କିମ୍ବା ଆକର୍ଷଣର ମାଧ୍ୟମ କରିବାକୁ ନେଇ ବିଶ୍ୱସ୍ତରୀୟ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆରିଆର୍ନେ ଟିଟମସ୍ (ଅଷ୍ଟ୍ରେଲିଆର ୪-ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସନ୍ତରଣକାରୀ) କହିଛନ୍ତି "ଏହି ବିଜ୍ଞାପନ ଦେଖି ମୁଁ ଅତ୍ୟନ୍ତ ମର୍ମାହତ। ଏହା କେବଳ ନିଜ ଜୀବନକୁ ଖେଳ ପାଇଁ ଉତ୍ସର୍ଗ କରିଥିବା ମହିଳାମାନଙ୍କ ପ୍ରତି ଅପମାନ ନୁହେଁ, ବରଂ ଖେଳକୁ କଠିନ ପରିଶ୍ରମ ଓ ସମର୍ପଣ ଭାବେ ଦେଖୁଥିବା ପ୍ରତ୍ୟେକ ନାରୀର ମନୋବଳକୁ ଆଘାତ କରୁଛି। ଆଜିର ଯୁଗରେ ବି ମହିଳାଙ୍କ ଶରୀରକୁ ବ୍ୟବସାୟିକ ରୂପ ଦେବା ଅତ୍ୟନ୍ତ ଦୁଃଖଦ।

ଆମେରିକୀୟ ଜିମ୍ନାଷ୍ଟ ଗ୍ରେସି କ୍ରେମର୍ ନିଜ ଇନଷ୍ଟାଗ୍ରାମରେ  'ଦିସ୍ ଇଜ୍ ୱାଟ୍ ଏ ୱିମେନ ଇନ୍ ସ୍ପୋର୍ଟ ଲୁକ୍ସ ଲାଇକ୍' ଲେଖି ନିଜର ଅସଲି ଆଥଲେଟିକ୍ ଶରୀରର ଫଟୋ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ୍ ପାଲଟିଛି। ଏହି ଘଟଣାରେ ବ୍ରିଟିଶ ସ୍ପ୍ରିଣ୍ଟର ଏମି ହଣ୍ଟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଚି। ସେ ବିବିସି ସହ ଆଲୋଚନା ବେଳେ  କହିଛନ୍ତି, "ସିଡନୀ ସ୍ୱିନୀ, ପ୍ରକୃତ ମହିଳା ଖେଳାଳିମାନେ ଏମିତି ଦେଖାଯାଆନ୍ତି। ମାଂସପେଶୀ, କଠିନ ପରିଶ୍ରମ, ରକ୍ତ, ଝାଳ ଓ ଲୁହ ଏହା ହିଁ ଖେଳ। ଜଣେ ମହିଳା କ୍ରୀଡ଼ାବିତଙ୍କ ଜୀବନ ସବୁବେଳେ ସୁନ୍ଦର, ଆକର୍ଷଣୀୟ କିମ୍ବା ଗ୍ଲାମରସ୍ ହୋଇନଥାଏ। ମହିଳା ଖେଳାଳିଙ୍କ ଏହି କଡ଼ା ବିରୋଧ ପରେ ସୋସିଆଲ ମିଡିଆରେ ସିଡନୀ ସ୍ୱିନୀ ଓ ବିଜ୍ଞାପନ ନିର୍ମାତା କମ୍ପାନୀକୁ ନେଇ କ୍ଷୋଭ ବୃଦ୍ଧି ପାଇବାରେ ଲାଗିଛି।

Also Read: ୧୫ ମହଲା ଉପରୁ ଡେଇଁ ପଡିଲେ 'ସନାୟା' : ସୁଇସାଇଡ୍ ନୋଟରେ ଲେଖିଦେଲେ ଆତ୍ମହତ୍ୟାର କାରଣ