ପୁରୀ ୧୩।୯: ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଯାତ୍ରୀଙ୍କୁ ଲୁଟ୍ ଅଭିଯୋଗ । ଶ୍ରୀମନ୍ଦିର ବାହାରେ ଅଭଡ଼ା ବିକ୍ରି କରୁଥିବା କିଛି ଯୁବକଙ୍କୁ ନେଇ ନକଲି ଯାତ୍ରୀ ଗୁମାସ୍ତା ସଜାଇ ଯାତ୍ରୀଙ୍କୁ ଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ଜଣେ ଅସାଧୁ ବ୍ୟକ୍ତି ଏକ ଗ୍ରୁପ୍ ତିଆରି କରି ଅବଢ଼ା ବିକାଳୀ ଯୁବକ ମାନଙ୍କୁ ସେଥିରେ ଯୋଡୁଛି ।

ଏହି ଯୁବକମାନେ ଯାତ୍ରୀମାନଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇବା ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ପରେ ସେହି ଟଙ୍କା ଉକ୍ତ ଅସାଧୁ ବ୍ୟକ୍ତିକୁ ଦେଉଛନ୍ତି ଯୁବକ ମାନେ । ଯାତ୍ରୀଙ୍କ ଠାରୁ କେତେ ଟଙ୍କା ନିଆଯାଉଛି, ତା'ର ସମ୍ପୂର୍ଣ୍ଣ ହିସାବ ସେହି ଗ୍ରୁପ୍ ଭିତରେ ରହୁଛି ।