ପୁରୀ ୧୩।୯: ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଯାତ୍ରୀଙ୍କୁ ଲୁଟ୍ ଅଭିଯୋଗ । ଶ୍ରୀମନ୍ଦିର ବାହାରେ ଅଭଡ଼ା ବିକ୍ରି କରୁଥିବା କିଛି ଯୁବକଙ୍କୁ ନେଇ ନକଲି ଯାତ୍ରୀ ଗୁମାସ୍ତା ସଜାଇ ଯାତ୍ରୀଙ୍କୁ ଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ଜଣେ ଅସାଧୁ ବ୍ୟକ୍ତି ଏକ ଗ୍ରୁପ୍ ତିଆରି କରି ଅବଢ଼ା ବିକାଳୀ ଯୁବକ ମାନଙ୍କୁ ସେଥିରେ ଯୋଡୁଛି ।

ଏହି ଯୁବକମାନେ ଯାତ୍ରୀମାନଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇବା ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ପରେ ସେହି ଟଙ୍କା ଉକ୍ତ ଅସାଧୁ ବ୍ୟକ୍ତିକୁ ଦେଉଛନ୍ତି ଯୁବକ ମାନେ । ଯାତ୍ରୀଙ୍କ ଠାରୁ କେତେ ଟଙ୍କା ନିଆଯାଉଛି, ତା'ର ସମ୍ପୂର୍ଣ୍ଣ ହିସାବ ସେହି ଗ୍ରୁପ୍ ଭିତରେ ରହୁଛି ।

Also Read:- STF Digha investigation: ଦୀଘା ହୋଟେଲ୍‌ର CCTV ହାର୍ଡ ଡିସ୍କ ଉପରେ STFର ନଜର, ମିଳିପାରେ ବଡ଼ ସୁରାକ

ଏହି ଘଟଣାକୁ ନେଇ ଜଣେ ଯୁବକଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତୁରନ୍ତ ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Watch Video: