ନୂଆଦିଲ୍ଲୀ,/୦୯ :ବାପା-ମାଆଙ୍କୁ ଆଇ ଲଭ୍ ୟୁ କହିଲେ । ୧୫ ମହଲା ଉପରୁ ଡେଇଁ ପଡିଲେ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଏପରି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ । ଏଠାରେ ଜଣେ ୧୬ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଛନ୍ତି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ତେବେ ପାଠପଢା ପାଇଁ ସେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ରିପୋର୍ଟ ଅନୁସାରେ, ଗାଜିଆବାଦର ସିଧାର୍ଥମ ସୋସାଇଟିରେ ଏହି ଘଟଣା ଘଟିଛି । ମଙ୍ଗଳବାର ସନ୍ଧ୍ୟା ସାଢେଟାରେ ଏହି ଅଘଟଣ ଘଟିଥିଲା । ରାତି ଟାରେ ପୋଲିସକୁ ଖବର ମିଳିଥିଲା । ପ୍ରାଣ ହରାଇଥିବା ଯୁବତୀ ହେଲେ ସନାୟା ବିଷ୍ଟ୍ । ସେ ଆପାର୍ଟମେଣ୍ଟର୧୫ତମ ମହଲା ଛାଡରୁ ଡେଉଁ ଆତ୍ମହତ୍ୟା କରିଛନ୍ତି । ଛାତରୁ ଡେଇଁବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସର କହିବାନୁସାରେ, ସନାୟା ହେଉଛନ୍ତି ଦେବେନ୍ଦ୍ର ସିଂଙ୍କ ୧୬ ବର୍ଷର ଝିଅ । ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପାଠପଢା ଚାପରେ ସେ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଚାଲିଛି । ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି ।

Also Read :- ନିଜ ଦୁଃଖ ବଖାଣିଲେ ସଞ୍ଜୁ ସାମସନ : ଭିଜିଗଲା ଆଖି, କହିଲେ - 'ବେଳେବେଳେ ଓ୍ୱାଇଫାଇ ଅନ୍ ହୋଇଗଲେ...'

ସୁଇସାଇଡ୍ ନୋଟରେ ସନାୟା ପାଠପଢାକୁ ନେଇ ଚାପରେ ଥିବା ପ୍ରକାଶ କରିଛନ୍ତି । ଏଥିରେ ସେ ଆଇ ଲଭ ୟୁ ମାମା-ପାପା ମଧ୍ୟ ଲେଖିଛନ୍ତି । ଖାଲି ପାଠପଢା ନା ଅନ୍ୟ କିଛି କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଆହୁରି କିଛି ନୂଆ ତଥ୍ୟ ଆସିବ ବୋଲି ବିଜୟନଗର ଥାନା ଅଧିକାରୀ କହିଛନ୍ତି ।