ସମ୍ବଲପୁର ୧୬।୦୯ : ସଶକ୍ତ ହେବ ପାଣିପାଗ ଆକଳନ । ସମ୍ବଲପୁରରେ ଉଦଘାଟିତ ହେବ ଅତ୍ୟାଧୁନିକ ଡପଲର ରାଡାର ସିଷ୍ଟମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୀଝୀ ଏହି ଡପଲର ରାଡାରର ଉଦ୍ଘାଟନ କରିବେ ।

ତେବେ ସମ୍ବଲପୁରର ସି-ବ୍ୟାଣ୍ଡର ଏହି ରାଡାର ଉଦଘାଟନ ହେବାକୁ ଯାଉଛି । ଯାହା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବ । ଏହି ରାଡାର ଦ୍ୱାରା ବର୍ଷାଠାରୁ ଆରମ୍ଭ କରି ବଜ୍ରପାତ, କାଳବୈଶାଖୀ, କୁଆପଥର ବର୍ଷା ଏବଂ ଅତିବୃଷ୍ଟି ଓ ଅନାବୄଷ୍ଟି ଭଳି ପାଣିପାଗ ଘଟଣାର ପୂର୍ବାନୁମାନ ଆକଳନରେ କରିପାରିବ । ଯାହାଦ୍ୱାରା ଚାଷୀ ଏବଂ ସାଧାରଣ ଲୋକେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ ।

Also Read:-Bhadrak woman killed: ମଦ ନିଶାରେ ଭୁଲିଗଲେ ସବୁ, ମଦ୍ୟପ ସ୍ବାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ

କିଛିଦିନ ହେଲା ରାଡାରଟି ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି । ଏହି ରାଡାର କାର୍ଯ୍ୟକ୍ଷମ ହେବା ଦ୍ୱାରା ପାଣିପାଗର ଆଗୁଆ ସୂଚନା ମିଳିବା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ । ଆଗୁଆ ସୂଚନା ମିଳିଲେ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରାଯିବ । ଏହାସହ ଧନଜୀବନ କ୍ଷୟକ୍ଷତିକୁ କମାଇବା ସମ୍ଭବ ହେବ। ଏହା କାର୍ଯ୍ୟକ୍ଷମ ହେବା ପରେ ବିଶେଷ କରି କୃଷିପ୍ରଧାନ ପଶ୍ଚିମ ଓଡି଼ଶାର ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ମିଳିବ ବଡ ଫାଇଦା।