ଭୁବନେଶ୍ୱର ୨୬।୦୫ : ବିଜେଡିର ଗୋଟିଏ  ପରେ ଗୋଟିଏ ଓ୍ୱିକେଟ୍‌ ପଡିଚାଲିଛି । ବର୍ଷ ଶେଷ ସୁଦ୍ଧା ବିଜେଡି ଅଲ୍‌ଆଉଟ୍‌ ହୋଇଯିବ । ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଏବେ ଭସ୍ମାସୁର ସ୍ଥିତିରେ ରହିଛି । ବିଜେଡି ଗଠନ କରିବାରେ ବିଜେପିର ବଡ଼ ଭୂମିକା ରହିଥିଲା । ବିଜେଡି ଦଳ ବଡ଼ ହେବା ପରେ ପ୍ରଥମେ ଆମକୁ ମାରିବାକୁ ଗୋଡେଇଲା । ବିଜେଡିରେ କ୍ଷମତା ଭଳି କାମ କରୁଥିଲେ । କ୍ଷମତା ଗଲା ଫେବିକଲ୍‌ ଅଠା ଛାଡ଼ିଲା । ଏବେ ଗୋଟେ ପରେ ଗୋଟେ ଓ୍ୱିକେଟ୍‌ ପଡୁଛି, ଲାଗୁଛି ବର୍ଷ ଶେଷ ସୁଦ୍ଧା ବିଜେଡି ଅଲଆଉଟ୍‌ ହୋଇଯିବ ।+

Also Read:-ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ହୋଇଥିଲେ, ନିର୍ଦ୍ଦୋଷରେ ଖଲାସ କଲେ ଜିଲ୍ଲା ଦୌରାଜଜ୍‌

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦେବାଶିଷ ସାମନ୍ତରାୟ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ପରେ ମଙ୍ଗଳବାର ଦିନ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେପିରେ ସାମିଲ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସାକ୍ଷାତ କରିଛନ୍ତି ଦେବାଶିଷ ।

Watch Video:-

​​​​​​​