ନୂଆଦିଲ୍ଲୀ ୨୨।୦୯ : ଘୁଞ୍ଚିଲା ପୁଣି । ବୁଧବାର DGP ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଶୁଣାଣି ବେଳେ ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜ ଯୁକ୍ତି ରଖି କହିଥିଲେ ।

ସେ କହିଥିଲେ ଯେ, ଯଦି ଆପଣ DGP ତାଲିକାର ଟାଇମ୍ ଲାଇନ୍ ଦେଖିବେ  ତାହେଲେ ଏଥିରେ ଅନିୟମିତତା ଦର୍ଶାଉଛି । ଯାହା ପ୍ରକାଶ ସିଂ ମାମଲାର ବିରୋଧାଭାସ । ଓଡ଼ିଶା ତରଫରୁ ସଲିସିଟର ଜେନେରାଲ ଏହାକୁ ଖଣ୍ଡନ କରି କହିଥିଲେ ଯେ, DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ଏଥିରେ ହସ୍ତକ୍ଷେପ କରି IPS ସୁଶାନ୍ତ ନାଥଙ୍କ ଓକିଲ ନିଜ ଯୁକ୍ତିରେ ପ୍ରଶ୍ନ କରିଥିଲେ ଯେ, ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଖାରଜ କରାଯିବାର କାରଣ କ’ଣ ଏବଂ କାହିଁକି ଏପରି କରାଗଲା ?  ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଖାପାଖି ୨୫ ମିନିଟ ଧରି  ସବୁ ପକ୍ଷଙ୍କୁ ଶୁଣିଥିଲେ । ଯେହେତୁ ଆଜି ଅନ୍ୟ ମାମଲାରେ ଡିଭିଜନ ବେଞ୍ଚ ବସିବାର ଥିଲା ତେଣୁ କୋର୍ଟ ମୌଖିକ ଭାବେ ଆସନ୍ତା କାଲି ମାମଲାର ପୁଣି ଶୁଣାଣି କରିବେ ବୋଲି କହିଥିଲେ ।

Also Read:-ବନ୍ଦେ ମାତରମ ବାଧ୍ୟତାମୂଳକ କରାଯିବା ବିରୋଧରେ ଯାଚିକା, କେନ୍ଦ୍ରକୁ ଜବାବ ମାଗିଲେ SC