କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୬ ଅବସରରେ ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଓ ପାନୀୟ ଉଦ୍ୟୋଗ ବିଶ୍ୱେଶ୍ୱର ଫୁଡ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଏହାର ପ୍ରମୁଖ ପ୍ୟାକେଜ୍‌ ଡ୍ରିଙ୍କିଂ ୱାଟର ବ୍ରାଣ୍ଡ୍ ‘ଭେଞ୍ଚୁରା’ର ସ୍ୱତନ୍ତ୍ର ଷ୍ଟଲ୍ ଭବ୍ୟ ଭାବେ ଉଦ୍‌ଘାଟିତ ହୋଇଯାଇଛି। ତଳ ପଡ଼ିଆର ଲେନ୍-ଏଲ୍.କେ.ରେ ଥିବା ଷ୍ଟଲ୍ ନଂ ୩ ଠାରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ରଶ୍ମି ସାହୁ ଏବଂ ତାଙ୍କ ମାତା ତଥା ରୁଚି ଫୁଡ୍‌ଲାଇନ୍‌ର ଅଧ୍ୟକ୍ଷା ସଙ୍ଗୀତା ସାହୁ ଯୋଗଦେଇ ଷ୍ଟଲ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏଥିସହ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

“କଟକର ଗର୍ବ” ଏବଂ “ଓଡ଼ିଶା ମାଟି ସହ ଜଡ଼ିତ, ପ୍ରତିଟି ଯାତ୍ରାରେ ସତେଜତାର ଅନୁଭୂତି” ଥିମ୍‌କୁ କେନ୍ଦ୍ର କରି ଭେଞ୍ଚୁରା କଟକର ଗୌରବମୟ ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇବା ସହ ପ୍ରତ୍ୟେକ ଯାତ୍ରା ଓ ଉତ୍ସବରେ ବିଶୁଦ୍ଧତା ଏବଂ ସତେଜତାର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଷ୍ଟଲ୍‌ରେ ଆଗନ୍ତୁକମାନଙ୍କ ପାଇଁ ଉଚ୍ଚମାନର ପାନୀୟ ଜଳ ପ୍ରଦର୍ଶନୀ ସହିତ ଆକର୍ଷଣୀୟ ‘ଗୋଟିଏ କିଣିଲେ ଗୋଟିଏ ମାଗଣା’ ଅଫର୍ ରହିଛି।

ଏହା ସହିତ ଭେଞ୍ଚୁରା ପକ୍ଷରୁ “ଆପଣଙ୍କ ପରିକଳ୍ପନା, ଆପଣଙ୍କ ବ୍ରାଣ୍ଡ୍, ଆମର ଦକ୍ଷତା” ବାର୍ତ୍ତା ମାଧ୍ୟମରେ ହୋଟେଲ୍, ରେସ୍ତୋରାଂ, କର୍ପୋରେଟ୍ ସଂସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚୁକ୍ତିଭିତ୍ତିକ ଉତ୍ପାଦନ, ପ୍ରାଇଭେଟ୍ ଲେବଲିଂ ଏବଂ କଷ୍ଟମ୍-ବ୍ରାଣ୍ଡେଡ୍ ପ୍ୟାକେଜ୍‌ ଡ୍ରିଙ୍କିଂ ୱାଟର ଭଳି ବ୍ୟବସାୟିକ ସମାଧାନ ମଧ୍ୟ ଉପଲବ୍ଧ କରାଯାଉଛି।