ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯାଇଥିଲେ ମଧ୍ୟ ପବନର ଦିଗରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ଏହା ସତ୍ତ୍ୱେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (IMD) ଆଶା ପ୍ରକାଶ କରିଛି ଯେ ଆସନ୍ତା ୩-୪ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ଏହି ମୌସୁମୀ ଆଗମନ ଦ୍ୱାରା ରାଜ୍ୟବାସୀଙ୍କୁ ଗରମରୁ କୌଣସି ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍।

୧. ମୌସୁମୀ ଆସିବ, ହେଲେ ପ୍ରଭାବ ରହିବ କମ୍

ଲଘୁଚାପର ଅଭାବ: ମୌସୁମୀକୁ ଶକ୍ତିଶାଳୀ କରିବା ପାଇଁ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉନାହିଁ। ତେଣୁ ବିସ୍ତୃତ ଅଞ୍ଚଳରେ ବଡ଼ ଧରଣର ବର୍ଷା ହେବାର ଆଶା କମ୍।

ବର୍ଷାର ଅଭାବ: ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭% ବର୍ଷା ନିଅଣ୍ଟିଆ ରହିଛି। ସ୍ୱାଭାବିକ ଭାବେ ୪୧.୧ ମିଲିମିଟର ବର୍ଷା ହେବା କଥା, କିନ୍ତୁ ମାତ୍ର ୨୩.୭ ମିମି ବର୍ଷା ରେକର୍ଡ କରାଯାଇଛି। କେବଳ ନୟାଗଡ଼କୁ ଛାଡ଼ିଦେଲେ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ଭାଗ ପୂରା ଶୁଖିଲା ପଡ଼ିଛି।

୨. ‘ସୁପର ଏଲ୍-ନିନୋ’ର ଆଲର୍ଟ

ଆମେରିକାର ପାଣିପାଗ ସଂସ୍ଥା ‘ନୋଆ’ (NOAA) ଆକଳନ କରିଛି ଯେ ପ୍ରଶାନ୍ତ ମହାସାଗରରେ ‘ଏଲ୍-ନିନୋ’ ସକ୍ରିୟ ହୋଇସାରିଛି ଏବଂ ଏହା ଅତ୍ୟନ୍ତ ଶକ୍ତିଶାଳୀ ରୂପ ନେଇପାରେ।

ସକ୍ରିୟଏଲ୍ନିନୋର ମୁଖ୍ୟ ଲକ୍ଷଣ ଓ ତାପମାତ୍ରା

ସମୁଦ୍ର ଜଳରାଶି ତାତିବ:ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୀର୍ଘ ଦିନ ଧରି ସ୍ୱାଭାବିକ ଠାରୁ ଅଧିକ ଉତ୍ତାପ ଜାରି ରହିବ। ବିଶେଷ କରି ଶୀତ ଋତୁରେ ମଧ୍ୟ ସେଠାରେ ଅସ୍ୱାଭାବିକ ଗରମ ଅନୁଭୂତ ହେବ।

୧୯୯୭ ପରଠାରୁ ସବୁଠାରୁ ଭୟଙ୍କର: ଆସନ୍ତା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଏହା ଅତି ଶକ୍ତିଶାଳୀ ହେବାର ୫୬% ଏବଂ ‘ସୁପର ଏଲ୍-ନିନୋ’ ରୂପ ନେବାର ୪୦% ସମ୍ଭାବନା ଅଛି।

୨ ଡିଗ୍ରୀ ଅଧିକତାପମାତ୍ରାସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ।

ସୁପର ଏଲ୍ନିନୋର ଆଶଙ୍କା:ଏହି ଉତ୍ତାପ ଆହୁରି ଅଧିକ ବଢ଼ିବା ନେଇ ଏବେ ୬୩ ପ୍ରତିଶତ ସମ୍ଭାବନା ରହିଛି । ଯଦି ଏଭଳି ହୁଏ, ତେବେ ଏହା ‘ସୁପର ଏଲ୍ନିନୋ’ର ରୂପ ନେବ ଏବଂ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଏହାର ପ୍ରକ୍ରିୟା ସବୁଠାରୁ ଭୟଙ୍କର ହେବ। ୧୯୯ ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ହେବାର ଆଶଙ୍କା କରାଯାଉଛି।

ସାରା ବିଶ୍ୱ ଉପରେ ପଡ଼ିବ ବଡ଼ ପ୍ରଭାବ: ଏହି ପ୍ରାକୃତିକ ପରିବର୍ତ୍ତନ କେବଳ ସମୁଦ୍ର ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଏହାର ସିଧାସଳଖ ପ୍ରଭାବ ସମଗ୍ର ପୃଥିବୀ ଉପରେ ଦେଖିବାକୁ ମିଳିବ

ପାଣିପାଗ ବିପର୍ଯ୍ୟୟ:ବିଶ୍ୱର ବିଭିନ୍ନ ଦେଶରେ ଜଳବାୟୁ ପରିବର୍ତ୍ତନ ହେବ ଏବଂ ଅନେକ ସ୍ଥାନରେ ମରୁଡ଼ି ଆଶଙ୍କା ବହୁଗୁଣ ବୃଦ୍ଧି ପାଇବ।

ବର୍ଷା ହେବ ଅନିୟମିତ: ଏଲ୍-ନିନୋ ଯୋଗୁଁ ଚଳିତ ବର୍ଷ ମୌସୁମୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଗିଡ଼ିଯାଇପାରେ। ବର୍ଷା ଅନିୟମିତ ହେବ—କେତେବେଳେ ପ୍ରବଳ ତ କେତେବେଳେ ଜମା ବର୍ଷା ହେବନାହିଁ।

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ: ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ ଅନୁଯାୟୀ, ଉତ୍ତର ଓଡ଼ିଶାର (ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା) ଏବଂ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମୌସୁମୀ ବର୍ଷା ସବୁଠାରୁ ଅଧିକ ନିଅଣ୍ଟିଆ ରହିପାରେ।

୩. ଆଗାମୀ ଦିନର ପୂର୍ବାନୁମାନ ଓ ତାପମାତ୍ରା

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦିନଗୁଡ଼ିକରେ ବର୍ଷା ସହ ତାତି ମଧ୍ୟ ଜାରି ରହିବ:

ଜୁନ୍ ୧୭-୧୮: ରାଜ୍ୟରେ ହାଲୁକାରୁ ମଧ୍ୟମ ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ତଥାପି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଉପକୂଳ ଅଞ୍ଚଳରେ ୩୭ ରୁ ୩୯ ଡିଗ୍ରୀ ସେଲ୍ସିୟସ୍ ରହିବ।

ଜୁନ୍ ୧୯-୨୫: ଏହି ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ ପାରଦ ୩୮-୪୦ ଡିଗ୍ରୀ ଛୁଇଁବ। ତେବେ ଆଶ୍ୱସ୍ତିର କଥା ହେଉଛି, ୧୯ରୁ ୨୫ ତାରିଖ ଭିତରେ ଉତ୍ତର ବଙ୍ଗୋପସାଗରରେ ଏକ ଗୁରୁତ୍ୱବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ, ଯାହା ବର୍ଷାର ପରିମାଣ ବଢ଼ାଇବ।

୪. ବିଶେଷଜ୍ଞଙ୍କ ମତ

ଡକ୍ଟର ଶରତ ଚନ୍ଦ୍ର ସାହୁ (ସିଇସି ନିର୍ଦ୍ଦେଶକ, ସୋଆ): ଆରବ ସାଗରର ବାୟୁମଣ୍ଡଳୀୟ ଗତିବିଧି ଯୋଗୁଁ ମୌସୁମୀ ଅଟକି ରହିଛି। ଜୁନ୍ ୧୪ ରୁ ୧୭ ତାରିଖ ଭିତରେ ଏହା ଓଡ଼ିଶା ଛୁଇଁବ ଏବଂ ଜୁନ୍ ୧୯-୨୦ ଆଡ଼କୁ ଭଲ ବର୍ଷା ହେବ। ଜୁନ୍ ୧୮ ତାରିଖ ପରେ ହିଁ ତାତି ସାମାନ୍ୟ କମିପାରେ।