ଅହିଲ୍ୟାନଗର : ସାମାଜିକ କାର୍ଯ୍ୟକର୍ତା ଆନ୍ନା ହଜାରେ ରାଲେଗଣ ସିଦ୍ଧିରେ ଗଣମାଧ୍ୟମ ସହ ଆଲୋଚନାରେ ସୋନିଆ ଗାନ୍ଧିଙ୍କ ପୁସ୍ତକରେ ତାଙ୍କ ଆନ୍ଦୋଳନ ବିଷୟରେ ହୋଇଥିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ କୌଣସି ରାଜନୈତିକ ଦଳ ନୁହେଁ ବରଂ ରାଷ୍ଟ୍ର ଓ ସମାଜ ପାଇଁ କାମ କରୁଛି। ଏଣୁ ମୁଁ କୌଣସି ପାର୍ଟି ଅଥବା ଦଳ ସମ୍ପର୍କରେ ଚିନ୍ତା କରେନି। ଏହି ଅବସରରେ ଅନ୍ନା ତାଙ୍କ ଆଗାମୀ ପୁସ୍ତକ ‘ଅଣା ହଜାରେ ଗ୍ରାମୟୋଗୀ’ର ଉଲ୍ଲେଖ କରି କହିଛନ୍ତି ଯେ ଆପଣଙ୍କୁ ଏହା ବି ପଢିବା ଉଚିତ। ଏଥିରୁ ଆପଣଙ୍କୁ ଶିକ୍ଷା ମିଳିବ। ମୋ ବିଷୟରେ କିଏ କାହା ବହିରେ କଣ ଲେଖିଲା ମୁଁ ସେ ବିଷୟରେ ଚିନ୍ତା କରେନି।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ତାଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ର୪୬୧ ପୃଷ୍ଠାର ୩୩ ତମ ଅଧ୍ୟାୟରେ ଆନ୍ନା ହଜାରେଙ୍କ ଆନ୍ଦୋଳନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଆନ୍ନା ହଜାରେଙ୍କୁ ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୨ ମସିହାରେ ମହାରାଷ୍ଟ୍ରର ଜଣେ ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ବାବୁ ରାଓ ଆନ୍ନା ହଜାରେ ଏକ ଏପରି ଆନ୍ଦୋଳନର ମୁହଁ ହୋଇ ଉଭା ହେଲେ ଯିଏ ନିଜକୁ ‘ଇଣ୍ଡିଆ ଏଗେନଷ୍ଟ କର୍ପସନ’ ବୋଲି କହିଲେ। ତେବେ ତାଙ୍କର ଏହି ଆନ୍ଦୋଳନ ଜାତୀୟ ସ୍ତରରେ ୨୦୧୧ ମସିହାରେ ଚର୍ଚ୍ଚାକୁ ଆସି ସାରିଥିଲା। ଆନ୍ନା ହଜାରେ ୫ ଏପ୍ରିଲ ୨୦୧୧ରେ ଦିଲ୍ଲୀର ଜନ୍ତର-ମନ୍ତରରେ ‘ଜନ ଲୋକପାଳ’ ବିଧେୟକ ଦାବିରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅନଶନ ଆରମ୍ଭ କରିଥିଲେ।

ଆନ୍ନା ହଜାରେଙ୍କ ଏହି ଆନ୍ଦୋଳନରେ ଅରବିନ୍ଦ କେଜରିୱାଲ, କିରଣ ବେଦୀ ଓ ବାବା ରାମଦେବଙ୍କ ଭଳି ବଡ଼ ଚେହେରା ମଧ୍ୟ ଯୋଡି ହୋଇଥିଲେ। ହେଲେ ସେମାନଙ୍କ ଦାବି ଓ ଆନ୍ଦୋଳନରେ ଭୂମିକା ଭିନ୍ନ ଭିନ୍ନ ଥିଲା। ତେବେ ଆନ୍ନା ହଜାରେ ତାଙ୍କ ଆନ୍ଦୋଳନ ସୋନିଆଙ୍କ ପୁସ୍ତକରେ ସ୍ଥାନ ପାଇଥିବାରୁ ସେପରି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କି ଏପରି ଚର୍ଚ୍ଚାରେ ତାଙ୍କର କୌଣସି ଯାଏ ବା ଆସେ ନାହିଁ ବୋଲି କହିଛନ୍ତି। କାରଣ ସେ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଦେଶ ଓ ସମାଜ ପାଇଁ କାମ କରୁଥିବା କହିଛନ୍ତି। ମହାରାଷ୍ଟ୍ର ଏବେ ଭୀଷଣ ମରୁଡିର ସମ୍ମୁଖୀନ ହୋଇଛି। ସେ କହିଛନ୍ତି ଯେ ଏବେ ଅକାଳ ପଡିଛି, ଆପଣଙ୍କ ପାଖରେ ପଇସାର ଅଭାବ ନାହିଁ। ଏଣୁ ଆପଣ ପ୍ରସଙ୍ଗ ଉପରେ ବିଚାର କରନ୍ତୁ ଓ ସମାଜ ଲାଗି କାମ କରନ୍ତୁ ବୋଲି କହିଛନ୍ତି। ମୋ କଥା ଛାଡନ୍ତୁ ଦେଶର ବଡ଼ ସମସ୍ୟା ଆଡକୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।