କାବୁଲ, ୨୯/୧୦ : ଥରିଲା ଆଫଗାନିସ୍ତାନ । ଗୁରୁବାର ସକାଳେ ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ଜଣା ପଡିଛି ।

ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ହଠାତ ଆଫଗାନିସ୍ତାନର ମାଟି ଥରି ଉଠିଥିଲା । ଲୋକେ ଶୋଇଥିବା ବେଳେ ଏହା ଘଟିଥିଲା । ଝଟକା ଲାଗିବା ପରେ ଚାରି ଆଡେ ଭୟର ମାହୋଲ ଖେଳି ଯାଇଥିଲା । ସମସ୍ତେ ଘରୁ ବାହାରି ଆସିଥିଲେ ।

Also Read :-ଆନ୍ଧ୍ରରେ 'ଅର୍ଣ୍ଣବ'ର ପ୍ରଳୟ : ୮ ଜୀବନ ନେଲା ବାତ୍ୟା, ଭାଙ୍ଗିଲା ଘର, ଉପାଡି଼ଲା ଗଛ

ଭାରତୀୟ ସମୟ ୬ଟା ୩୯ ମିନିଟରେ ଝଟକା ଲାଗିଥିବା କୁହାଯାଉଛି । ଏହାର କେନ୍ଦ୍ରସ୍ଥଳୀ ଫୈଜାବାଦରୁ ୯୨ କିମି ଦୂରରେ ରହିଛି । ଭୂପୃଷ୍ଠରୁ କେନ୍ଦ୍ରସ୍ଥଳୀର ଗଭୀରତା ୨୨୮ କିମି ବୋଲି ଜଣାପଡିଛି । ତେବେ ଝଟକା ଲାଗିବା ପରେ ଏବେସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ ।

ଗତ ଅକ୍ଟୋବର ୨୫ ତାରିଖରେ ମଧ୍ୟ ଦେଶରେ ଭୂମିକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିଲା । ଭାରତୀୟ ସମୟ ରାତି ୧୧ଟା ୧୪ ମିନିଟରେ ଆଫଗାନବାସୀ ଝଟକା ଅନୁଭୂତ କରିଥିଲେ ।