ବ୍ରହ୍ମପୁର ୨୬।୦୫ : ଆକ୍ସନରେ ବ୍ରହ୍ମପୁର ପୋଲିସ । ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସର ଏନକାଉଣ୍ଟର । ସୋମବାର ବିଳମ୍ବିତ ରାତିରେ ଏହି ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ ।

ଖବର ଅନୁଯାୟୀ, ଗତମାସ ୧୫ ତାରିଖରେ ଏମାନେ ପ୍ଲଟ୍ ବ୍ୟବସାୟୀ ସୁଧୀରଙ୍କୁ ଅପହରଣ କରିଥିଲେ । ଅପହରଣ ବଦଳରେ ପରିବାରକୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ହେଲେ ପରବର୍ତ୍ତୀ ସମୟରେ ସୁଧୀରଙ୍କୁ ବୁଗୁଡ଼ା ରାମପାଦ ଜଙ୍ଗଲରେ ହତ୍ୟା କରିଥିଲେ ଅଭିଯୁକ୍ତ । ସୁଧୀର ପାତ୍ରଙ୍କ ଉପରକୁ ଗୁଳି ଚଳାଇ ସରୋଜ ଓରଫ ବିକି ଡରାଉଥିଲା । ସେହିପରି ରଞ୍ଜନ ସୁଧୀରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିଲା । ଏହି ମାମଲାରେ ସରୋଜ ଓ ରଞ୍ଜନଙ୍କ ସମେତ ଆଉ ଦୁଇଜଣ ସୁମିତ ସିଂହ ସୁନିଲ ରାଜପୁତ ଓ ମୁକେଶ ସାହୁ ମୋଟ୍ ୪ ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍ ରାଜସ୍ଥାନରୁ କାବୁ କରି ବ୍ରହ୍ମପୁର ଫେରୁଥିଲା । ଆଙ୍କୁଶପୁର ନିକଟରେ ପୋଲିସକୁ ଆକ୍ରମଣ କରି ସରୋଜ ଓ ରଞ୍ଜନ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୋଲିସର ପାଲଟା ଗୁଳିରେ ସରୋଜ ଓ ରଞ୍ଜନ ଆହତ ହୋଇଛନ୍ତି । ରଞ୍ଜନର ଡାହାଣ ଗୋଡରେ ଗୋଟିଏ ଗୁଳି ଓ ବିକିର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read :-US Strikes Iranian Missile Sites: ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଆମେରିକାର ବଡ଼ ଆକ୍ସନ୍, ହୋର୍ମୁଜ ଜଳମାର୍ଗ ନିକଟରେ ଇରାନର ମିସାଇଲ୍ ଘାଟି ଉପରେ ବୋମାମାଡ଼

ତେବେ ଏହି ଦୁଇ ଅଭିଯୁକ୍ତଙ୍କ ପୂର୍ବରୁ ପୋଲିସ ୯ ଜଣଙ୍କୁ ଗିରଫ କରିସାରିଛି । ସୁଧୀର ଅପହରଣ ଓ ହତ୍ୟା ମାମଲାରେ ସରୋଜ ଓ ରଞ୍ଜନଙ୍କ ପ୍ରମୁଖ ଭୂମିକା ଥିଲା। ଗତ ୯ ଦିନ ମଧ୍ୟରେ ବ୍ରହ୍ମପୁର ପୋଲିସ ୫ଟି ଏନ୍‌କାଉ କରିସାରିଲାଣି ।