ବୋରିଗୁମ୍ମା: ପାରିବାରିକ କଳହର କରୁଣ ପରିଣତି । ଶାଳକର ଛୁରାମାଡ଼ରେ ଭିଣୋଇର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ । ମୃତ ବ୍ୟକ୍ତି ହେଲେ ୨୮ ବର୍ଷୀୟ ଦେବରାଜ ପରଜା । ଅଭିଯୁକ୍ତ ଶାଳକ ହେଲେ ପବିତ୍ର ହରିଜନ ।

ରବିବାର ସନ୍ଧ୍ୟାରେ ସମୟରେ ଦେବରାଜ ଓ ତାଙ୍କ ସ୍ତ୍ରୀ ସବିତା ପରଜାଙ୍କ ମଧ୍ୟରେ କୌଣସି କାରଣରୁ ପାଟି ତୁଣ୍ଡ ହୋଇଥିଲା । ଏହା ପରେ ଏହି ଝଗଡ଼ା ଉଗ୍ର ରୁପ ନେଇଥିଲା । ଏହି ସମୟ ତାଙ୍କ ଘର ପାଖରେ ରହିଥିବା ସବିତାଙ୍କ ଭାଇ ପବିତ୍ର ହରିଜନ ଏକ ଛୁରିରେ ଭିଣୋଇ ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ଦେବରାଜ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା । ମୃତ ଦେହକୁ ବୋରିଗୁମ୍ମା ମେଡିକାଲରେ ରଖା ଯାଇଥିବା ବେଳେ ପବିତ୍ର ହରିଜନକୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।