ଭୁବନେଶ୍ଵର: ଜମୁଛି ପ୍ରଚାର। ସରଗରମ କ୍ୟାମ୍ପସ ପଲିଟିକ୍ସ। ରବିବାର ଛୁଟି ଦିନରେ ବି ଜମିଲା ପ୍ରଚାର। ଭୋଟରଙ୍କୁ ଆମିଷ ଭୋଜି ଦେଇ ଆପ୍ୟା୍ୟିତ କଲେ ଛାତ୍ର ନେତା। ହଷ୍ଟେଲ କ୍ୟାମ୍ପେନ ବେଳେ ବାଣୀବିହାରେ ସୃଷ୍ଠି ହେଲା ମୁହା ମୁହିଁ ପରିସ୍ଥିତି। ହାତରେ ଆଉ କମ ସମୟ ଥିବାରୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀମାନେ । ଛାତ୍ର ସଂସଦ ନିର୍ବାଚନୀ ମାହୋଲକୁ ନେଇ ଦେଖନ୍ତୁ ଏହି ରିପୋର୍ଟ ।

ରବିବାର ଦିନ କ୍ୟାମ୍ପସ ଛନଛନ। ମିଳୁଛି ବିରିୟାନି, ଜମୁଛି କ୍ୟାମ୍ପେନିଂ। ଅଳପ ଦିନରେ ବୈତରଣୀ ପାର୍ କରିବାକୁ ଚାଲିଛି ହେଭି କମ୍ପିଟିସନ। ସରଗରମ ହୋଇଛି କ୍ୟାମ୍ପସ ପଲିଟିକ୍ସ । ହାତରେ ଆଉ କମ ସମୟା। ଦିନ ରାତି ଏକ କରି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ରବିବାରରେ ବି କମ୍ବିଛି କ୍ୟାମ୍ପସ । ସକାଳେ ହଷ୍ଟେଲ, ଡୋର ଟୁ ଡୋର ପ୍ରଚାର। ମଧ୍ୟାହ୍ନରେ ଜମିଲା ଭୋଜି।

Also Read: ରାଜଧାନୀ ଛାଡ଼ି ଗାଁ ମୁହାଁ ନେତା, ପରଖୁଛନ୍ତି ‘ଜେନ ଜି’ଙ୍କ ମୁଡ଼; ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ ଆଭାସ

ବିଶେଷ କରି ଆମିଷ ବାରି ଥିବାରୁ ବିଭିନ୍ନ ସ୍ଥାନରେ ମାଛ, ଚିଙ୍ଗୁଡି, ବିରିଆନି ଖଅଙ୍ଗା ମାଛ ଆସର ଜମିଥିଲା। କ୍ୟାମ୍ପସରେ ଛାଇ ଯାଇଛି ପୋଷ୍ଟର ବ୍ୟାନର। ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ହଷ୍ଟେଲ, ସବୁଠି ଛାତ୍ର ନେତାଙ୍କ ହାତ ଯୋଡା ମୁଦ୍ରିତ ଫଟୋ ଲଗିଛି। ଦେଖିଲେ ଲାଗୁଛି ଯେମିତି ଚାଲିଛି ପୋଷ୍ଟରର ପ୍ରତିଯୋଗିତା ।

୧୫ ତାରିଖରେ ହେବ ନିର୍ବାଚନ। ହାତରେ ଆଉମାତ୍ର ୪ ଦିନ। ଏବେ ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ତେଣୁ କଲେଜ ଇଲେକ୍ସନରେ ଦେଖାଦେଇଛି ରିଲ୍ସର ଜଲୱା। ସୋସିଆଲ ମିଡିଆରେ ଚାଲିଛି ଲାଇକ୍ ସେୟାରିଂର କମ୍ପିଟିସନ। ତେଣୁ ପ୍ରାର୍ଥୀ ରିଅଲ ନିର୍ବାଚନ ଲଢ଼ିବା ପୂର୍ବରୁ ରିଲ୍ ଦୁନିଆରେ ନିଜର ଦମ୍ ଦେଖାଇବାକୁ ଚାହିଁଛନ୍ତି। ଏପରିକି ସୋସିଆଲ ମିଡିଆରେ ଟ୍ରୋଲିଂକୁ ନେଇ ମଧ୍ୟ ମୁହଁ ମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ବାଣୀ ବିହାରରେ ଦେଖିବାକୁ ମିଳିଥିଲା।

ଧିରେ ଧିରେ କ୍ୟାମ୍ପସ ଅଶାନ୍ତ ହେବାରେ ଲାଗିଲାଣି। ମୁହାଁମୁହିଁ ହୋଇଛନ୍ତି ଛାତ୍ରନେତା ଏବଂ ସେମାନଙ୍କର ସମର୍ଥକ। ତେଣୁ କ୍ୟାମ୍ପସ ଉପରେ ପୋଲିସ କଡ଼ା ନଜର ରଖିଛି। ଏପରିକି କଲେଜ ଏବେ ସିସିଟିଭି ନଜରରେ ରହୁଛି।