କୋରାପୁଟ, ୨୮/୧୦ : ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି ବ୍ଲକରେ ମୋଟ ୭୫୨ ମିଲିମିଟର ବର୍ଷା ହୋଇଛି।

ଏହି ସମୟ ମଧ୍ୟରେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୫୩.୭ ମିଲିମିଟର ରେକର୍ଡ କରାଯାଇଛି। ପଟ୍ଟାଙ୍ଗି ବ୍ଲକରେ ସର୍ବାଧିକ ୧୫୧.୮ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୨୬.୧ ମିଲିମିଟର, ନାରାୟଣପାଟଣାରେ ୮୭ ମିଲିମିଟର, ଲକ୍ଷ୍ମୀପୁରରେ ୭୬.୯ ମିଲିମିଟର ଏବଂ ନନ୍ଦପୁରରେ ୫୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Also Read :- ବାତ୍ୟା ମୁକାବିଲାକୁ ମହାପ୍ରସ୍ତୁତି! ୩୧୩ ଟିମ୍ ମୁତୟନ, ୨୦୩୭ ଆଶ୍ରୟସ୍ଥଳ ପ୍ରସ୍ତୁତ

ସେହିପରି ବୋରିଗୁମ୍ମା ଓ ଜୟପୁରରେ ୧୯ ମିଲିମିଟର ଲେଖାଏଁ, କୋଟପାଡ଼ରେ ୧୯ ମିଲିମିଟର, କୁନ୍ଦ୍ରାରେ ୧୭ ମିଲିମିଟର ଏବଂ ବୈପାରୀଗୁଡ଼ାରେ ୧୪ ମିଲିମିଟର ବର୍ଷା ହୋଇଛି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଏଥିସହ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।