ଭୁବନେଶ୍ୱର ୦୪।୦୫ : ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଖାତାକୁ ଆସିଲା ସୁଭଦ୍ରା ଟଙ୍କା | ଏକ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଅର୍ଥ ରାଶି | ପ୍ରଥମ, ଦ୍ୱତୀୟ, ତୃତୀୟ କିସ୍ତିରୁ ବାଦ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଅର୍ଥ ରାଶି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

Also Read:-Accident News : ବାହାଘର ସାରି ଘରକୁ ଫେରୁଥିଲେ, ଅଧାରାସ୍ତାରେ ମରିଗଲା ଖୁସି, ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋମବାର ଦିନ ପାଖାପାଖି ୬୨ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆସିଛି ଟଙ୍କା । ଏବେବି କିଛି ଫିଲ୍ଡ ଭେରିଫିକସନ ପାଇଁ ଅଟକି ରହିଛି । ପାଖାପାଖି ଏକ ଲକ୍ଷ ଫିଲ୍ଡ ଭେରିଫିକେସନ ଚାଲିଛି । ସେହିପରି ୩ ଲକ୍ଷ ୨୬ ହଜାର ନୂଆ ଆବେଦନ ଆମ ପାଖକୁ ଆସିସାରିଛି । ସୁଭଦ୍ରା ହେଲ୍ପ ଡେସ୍କରେ ଥିବା ଦୁଇ ଜଣଙ୍କ କର୍ମଚାରୀଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସବୁ ମହିଳାଙ୍କ ପାଖରେ ସୁଭଦ୍ରା ରାଶି ପହଞ୍ଚିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ବାକି ପଡିଥିବା ସୁଭଦ୍ରା ଟଙ୍କା ଆଜି ମହିଳାଙ୍କ ଖାତାକୁ ଗଲା । ଆଜି ବହୁତ ବଡ଼ ଦିନ। ବିଜେପିର ସରକାର ତିନି ରାଜ୍ୟରେ ଆସିଛି ଓ ଆଜି ଆମ ରାଜ୍ୟରେ ବକେୟା ସୁଭଦ୍ରା ଟଙ୍କା ମହିଳାଙ୍କ ଖାତାକୁ ଯାଇଛି ।