ଯାଜପୁର ୦୪।୦୫ : ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୫ ଜୀବନ । ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକରେ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରୁ ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ୫୩ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ହାଇଓ୍ୱାକୁ ଜୋରଦାର ଧକ୍କା ଦେଇଥିଲା ବୋଲେରୋ । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀ ଚାପି ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

Also Read:-ହାରିଯିବେ କି ମମତା ବାନାର୍ଜୀ ? ନନ୍ଦିଗ୍ରାମ ଏବଂ ଭବାନୀପୋରରେ ଶୁଭେନ୍ଦୁ ଅଧିକାରୀ ଆଗରେ

ତେବେ ଉଦ୍ଧାର ହୋଇଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାକି କିଛି ଗୁରୁତରଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ଜଣ ଶିଶୁ ସୁରକ୍ଷିତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ଯାଜପୁର SDPO, ବଡ଼ଚଣା ପୋଲିସ, ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।