କାନପୁର, ୨୯। ୦୭ : କଲେଜରେ ମିଳିଲାନି ଆଡମିଶନ୍ । ରାଗରେ କଲେଜର ଓ୍ୱେବସାଇଟକୁ ହ୍ୟାକ୍ କରିଦେଲେ ଆଡମିଶନ ପାଇନଥିବା ଛାତ୍ର । ଏପରି କିଛି ଘଟିଛି ଆଇଆଇଟି କାନପୁରରେ । ଏଠାରେ ସାଇବର ସୁରକ୍ଷା ପାଠ୍ୟକ୍ରମରେ ଚୟନ ହୋଇନଥିବା ଜଣେ ଛାଚ୍ର ଶିକ୍ଷାନୁଷ୍ଠାନର ଓ୍ୱେବସାଇଟକୁ ହ୍ୟାକ୍ କରିଦେଇଛନ୍ତି । ଏହାସହ ଏହା ହ୍ୟାକ୍ ହୋଇଛି ଏବଂ ତାଙ୍କୁ ସୁଯୋଗ ମିଳୁ ବୋଲି ହୋମପେଜରେ ପୋଷ୍ଟ୍ କରିଦେଇଛନ୍ତି । ଏହାର ସ୍କ୍ରିନସଟକୁ ନିଜେ ଛାତ୍ରଜଣଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅନ୍ୟଦିଗରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଛାତ୍ରର ଭବିଷ୍ୟତର ସୁରକ୍ଷା ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ ଜୋର୍ ଦେଇଛନ୍ତି ।

ପ୍ରଫେସର କହିଛନ୍ତି ଯେ, ଆଇଆଇଟି କାନପୁରରେ ଆଡମିଶନ ପ୍ରକ୍ରିୟା ଶେଷ ହୋଇଯାଇଛି । ଏଥିରେ ଅନେକ ଆଇନଗତ ପ୍ରକ୍ରିୟା ସାମିଲ ରହିଛି । ସେ କୌଣସି ଛାତ୍ରଙ୍କ ଭବିଷ୍ୟତକୁ ଖରାପ କରିବା ପାଇଁ ଚାହାଁନ୍ତି ନାହିଁ । ତେଣୁ ସେ ଛାତ୍ରଜଣଙ୍କୁ ଗୋଟିଏ ସୁଯୋଗ ଦେଇଛନ୍ତି । ତାଙ୍କୁ ଅନୁଷ୍ଠାନରେ ଇଣ୍ଟର୍ଣ୍ଣସିପ୍ କରିବା ନିଷ୍ପତ୍ତି ଉପରେ ବିଚାର କରାଯିବ । ସେ ଆସନ୍ତା ବର୍ଷ ଆଡମିଶନ କରିପାରିବେ ।

ସେ ଆହୁରି କହିଛନ୍ତି ଯେ, ସୁଯୋଗ ପାଇଲେ ଏପରି ରାସ୍ତା ଆପଣାନ୍ତୁ ନାହିଁ । ସେମାନେ ସାଇବର ସିକ୍ୟୁରିଟିରେ ନିପୂଣ ଛାତ୍ରଛାତ୍ରୀଙ୍କ ବାୟୋଡାଟାକୁ ଗ୍ରହଣ କରୁଛନ୍ତି । ଏହାସହ ଇଣ୍ଟର୍ଣ୍ଣସିପ୍ ଏବଂ ଚାକିରି ପାଇଁ ବିଚାରକୁ ନେଉଛନ୍ତି । ଛାତ୍ରମାନେ ନିର ଲକ୍ଷ୍ୟ ହାସଲ ପାଇଁ ସଦାବେଳେ ସତମାର୍ଗକୁ ବାଛିବା ଆବଶ୍ୟକ । ଏପରି ଭୁଲ କାମ କଲେ ଗମ୍ଭୀର ପରିଣାମ ଉପୁଜିପାରେ ।

Also Read :- Flood tragedy: ଦେବଗଡ଼ରେ ଅଘଟଣ ; ଚାଷକାମ ସାରି ଫେରୁଥିଲେ ଘରକୁ, ନାଳରେ ଭାସିଗଲେ ଚାଷୀ

ଏତତ୍ ବ୍ୟତୀତ ପ୍ରଫେସର କହିଛନ୍ତି ଯେ, ତାଙ୍କୁ ବିଟେକ୍ ସମୟରେ ସାଇବର ସୁରକ୍ଷା ପ୍ରବେଶ ପ୍ରକ୍ରିୟାରେ ନିଜ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ମିଳିଥିଲା । ସେ ସେଠାରେ ନିଜକୁ ପ୍ରମାଣିତ କରିପାରିନଥିଲେ । ଏହାପରେ ଓ୍ୱେବସାଇଟ୍ ହ୍ୟାକ୍ କରି ନିଜକୁ ପ୍ରମାଣିତ କରିବାକୁ ପ୍ରୟାସ କରିଥିବା ନିର୍ଦ୍ଦେଶକ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମେ ଛାତ୍ରଙ୍କ ବିରୋଧରେ ଏଫଆଇଆର କରାଯିବା ନେଇ ଆଲୋଚନା ହୋଇଥିଲା । ପରେ ନିଷ୍ପତ୍ତିକୁ ବଦଳାଯାଇଥିଲା । ଏବେ ତାଙ୍କୁ ଅନୁଷ୍ଠାନରେ ଇଣ୍ଟର୍ଣ୍ଣସିପ୍ କରିବାକୁ ସୁଯୋଗ ଦିଆଯିବା ପାଇଁ ବିଚାର ଚାଲିଛି ।