ଭୁବନେଶ୍ବର ୧୨।୬: ଏସ୍‌ଟିଏଫ୍ ପଞ୍ଝାରେ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ବେପାରୀ । ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କଲା ଏସ୍‌ଟିଏଫ୍ ଟିମ୍ । ଦୁଇ ସଦସ୍ୟଙ୍କ ନିକଟରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ । ଗ୍ୟାଙ୍ଗର କିଙ୍ଗପିନ ଫେରାର । କିଙ୍ଗପିନକୁ ଧରିବା ପାଇଁ ବାହାର ରାଜ୍ୟକୁ ଗଲା ଏସ୍‌ଟିଏଫ୍ ଟିମ୍ ।

ଗତ ଗୋଟିଏ ବର୍ଷ ମଧ୍ୟରେ ଏହି ଗ୍ୟାଙ୍ଗ ୨୦ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରି ଅର୍ଥ ଉପାର୍ଜନ କରିଥିବା ସୂଚନା । ଧରା ପଡିଥିବା ଦୁଇ ଅଭିଯୁକ୍ତଙ୍କୁ ଚାଲିଛି ଜେରା । ଏହି ଗ୍ୟାଙ୍ଗରେ ଅନେକ ସଦସ୍ୟ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିକଟରୁ ଉଗାରିଛି ଏସ୍‌ଟିଏଫ୍ ଟିମ୍ ।

Also Read:- ଚାମେଲି ଓଝାଙ୍କ ପାଇଁ ଅଡୁଆରେ ପ୍ରଶାସନ ! ଏସପି ଅଫିସ ଘେରାଉ କରିବ ଜିଲ୍ଲା ସରପଞ୍ଚ ସଂଘ