ପୁରୀ ୧୯।୧୧ : ଶ୍ରୀମନ୍ଦିରରେ ଅଘଟଣ। ସେବା କରୁଥିବା ବେଳେ ପଡ଼ିଗଲେ ସେବାୟତ। ଫଳରେ ଶ୍ରୀମନ୍ଦିର ଭିତରେ ରକ୍ତ ପଡ଼ିବାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପାହାଡ଼ ଉଠା ମହାସ୍ନାନ ନୀତି। ମହାସ୍ନାନ ନୀତି ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ। ନୀତି ସମ୍ପନ୍ନ ହେବା ପରେ ପୁଣିଥରେ ଆରମ୍ଭ ହେବ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ମିଳିଛି।

ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ପାହାଡ଼ ଉଠା ମହାସ୍ନାନ ନୀତି। ମହାପ୍ରଭୁଙ୍କ ପାହାଡ଼ ଉଠା ମହାସ୍ନାନ ନୀତି ଚାଲିଥିବାରୁ ଭକ୍ତଙ୍କ ଦର୍ଶନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିର ଭିତରେ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିଛି।

Also Read:-ବାତ୍ୟା ଅକଭାନକୁ ନେଇ ପୁରୀ ପ୍ରଶାସନ ସଜାଗ, ସମୁଦ୍ର କୂଳରେ ଲାଗିଲା ନାଲି ପତାକା

ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଭକ୍ତମାନେ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ଧୈର୍ଯ୍ୟ ରଖିବାକୁ ଅନୁରୋଧ। ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଣିଥରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହେବ। ଏବେ ଭକ୍ତଙ୍କ ଅପେକ୍ଷା ନୀତି ସମ୍ପନ୍ନ ହେବା ଏବଂ ଦର୍ଶନ ପୁନଃ ଆରମ୍ଭ ହେବାକୁ।